ETV Bharat / briefs

ନୂଆପଡାରେ ଆତଙ୍କ; ଜଣ୍ଡିସ ଜାଲରେ 20ରୁ ଊର୍ଦ୍ଧ୍ବ ଶିଶୁ - JUNDICE

30 ବର୍ଷ ପୂର୍ବରୁ ମୁଣ୍ଡ ଟେକିଥିଲା ଫ୍ଲୋରାଇଡ଼ି ମିଶ୍ରିତ ପାଣି ସମସ୍ୟା । ଏହାକୁ ନେଇ ସେତେବେଳେ ବହୁ ବିରୋଧ କରିଥିଲେ ନୂଆପଡ଼ାବାସୀ । ପାନୀୟ ସମସ୍ୟାର ସମାଧାନ ପାଇଁ ଦାବି ମଧ୍ୟ କରିଥିଲେ । ମାତ୍ର ଏହି ସମସ୍ୟା ପ୍ରତି କେହି କର୍ଣ୍ଣପାତ କରିନଥିଲେ । ଫଳରେ ଏହା ଆଜି ଗୁରୁତର ରୂପ ନେବାକୁ ବସିଲାଣି । ସେପଟେ ଏହି ଫ୍ଲୋରାଇଡ଼ ମିଶା ପାଣି ପିଇ କର୍ଲାକୋଟ ଅଞ୍ଚଳର ପାଖାପାଖି 15ରୁ ଊର୍ଦ୍ଧ୍ବ ଶିଶୁ ଜଣ୍ଡିସରେ ଆକ୍ରାନ୍ତ । କେବଳ ଝଡ଼ାଫୁଙ୍କାରେ ଚାଲିଛି ଜଣ୍ଡିସ ମୁକାବିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : May 27, 2019, 11:29 PM IST

ନୂଆପଡା: ଅବହେଳିତ, ଅପରିଚିତ, ଅଶିକ୍ଷିତ ପଛୁଆ ଜିଲ୍ଲା ନୂଆପଡା । ରାଜ୍ୟ ରାଜଧାନୀ ଠାରୁ ପ୍ରାୟ 500 କିଲୋମିଟର ଦୂରରେ ଥିବା ଏହି ପଛୁଆ ଜିଲ୍ଲା ସ୍ବାଧୀନତାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ କ୍ଷେତ୍ରରେ ବହୁ ପଛରେ ପଡି ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା ଜିଲ୍ଲା ସଦରମହକୁମା ଠାରୁ 120 କି.ମି.ଦୂରରେ ଥିବା ବୋଡେନ ବ୍ଲକ କର୍ଲାକୋଟ ଗାଁରେ ଏବେ ଜଣ୍ଡିସ ରୋଗକୁ ନେଇ ଆତଙ୍କ ଖେଳାଇ ଦେଇଛି । 30 ବର୍ଷ ପୂର୍ବେ ବାହାରିଥିବା ଫ୍ଲୋରାଇଡ଼ ମିଶ୍ରିତ ପାଣି ସମସ୍ୟାରୁ ମୁକୁଳି ନଥିବା ଏହି ଗାଁରେ ଏବେ 15ରୁ ଅଧିକ ଶିଶୁ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିବା ବେଳେ ଝଡାଫୁଙ୍କାରେ ଚାଲିଛି ଜଣ୍ଡିସ ମୁକାବିଲା ।

ଅପହଞ୍ଚ ସ୍ବାସ୍ଥ୍ୟସେବା ଏହି ଅଞ୍ଚଳ ପାଇଁ ବୋଝ ଉପରେ ନଳିତା ବିଡା ସାଜିଥିବା ବେଳେ ଗଣମାଧ୍ୟମ ଠାରୁ ଖବର ପାଇଛୁ । ତୁରନ୍ତ କର୍ଳାକୋଟ ଗାଁକୁ ସ୍ବାସ୍ଥ୍ୟ ବିଭାଗର ମୋବାଇଲ ହେଲଥ ଟିମକୁ ପଠାଇବେ ବୋଲି କହିଛନ୍ତି ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ । 30 ବର୍ଷ ପୂର୍ବେ ଦେଖାଦେଇଥିବା ସମସ୍ୟା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନଥିବା ବେଳେ ଜିଲ୍ଲାରୁ କେବେ ଲୋପ ପାଉଛି ଜଣ୍ଡିସ ତାକୁ ଅପେକ୍ଷା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ଡ଼ହ ଡହ ଖରା ରେ ସିଝୁଛି ଓଡିଶା ,ଆଜି 9 ଟି ଜିଲ୍ଲା କୁ ଦିଆଗଲା ହିଟ ୱେବ ୱାର୍ନିଙ୍ଗ । ଆଜି  ରାଜ୍ୟ ଡ଼ହ ଡହ ଖରା ରେ ସିଝୁଛି ଓଡିଶା , ଥିବା ବେଳେ ସମ୍ବଲପୁର ରେ ସର୍ବାଧିକ 44.7 ଡିଗ୍ରି ସହ
 9 ଟି ଜିଲ୍ଲା ଯଥା ବଲାଙ୍ଗୀର43.7, ନୂଆପଡ଼ା, ଅନୁଗୁଳ 42.7 ସେନପୁର44.8, ସମ୍ବଲପୁର 44.7 ବରଗଡ଼, ସୁନ୍ଦରଗଡ଼ ଆଦି ଜିଲ୍ଲା ମାନଙ୍କ ରେ ତାପମାତ୍ରା 44 
,ଟିଟିଲାଗଡ଼ ରେ ତାପମାତ୍ରା 44. 6,ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଅନ୍ୟ ପଟେ ଏଭଳି ପରିସ୍ଥିତି ଆହୁରି 4 ଦିନ ଲାଗିରହିବା ସହ ସନ୍ଧ୍ୟା ସମୟ ରେ ଉପକୂଳ ଓଡ଼ିଶା ରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି। 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.