ETV Bharat / briefs

ତମାଖୁ ବିକ୍ରି ଉପରେ କଟକଣା, ନିୟମର ହେଉଛି ଖୋଲାଖୋଲି ଉଲ୍ଲଙ୍ଘନ

author img

By

Published : May 31, 2019, 11:56 PM IST

ମେ 31ତାରିଖକୁ ବିଶ୍ବ ତମାଖୁ ବର୍ଜନ ଦିବସ ରୂପେ ପାଳନ କରେ ସାରା ଜଗତ । ତମାଖୁର କ୍ଷତିକାର ଗୁଣ ସମ୍ବନ୍ଧରେ ଜାଣି ମଧ୍ୟ ଆଜିର ଯୁବବର୍ଗ ଏହାକୁ ଆପଣାଉଛନ୍ତି । ଫଳରେ ଦିନକୁ ଦିନ ମୁଖ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ପ୍ରତିବର୍ଷ ୬୦ଲକ୍ଷରୁ ଅଧିକ ଲୋକ ତମାଖୁ ସେବନ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ବର୍ତ୍ତମାନ ଯଦି ଏନେଇ ସମସ୍ତେ ସଚେତନ ନହେବା ତେବେ କର୍କଟରୋଗରେ ପିଡିତ ହେବା ନିଶ୍ଚିତ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ,ଭୁବନେଶ୍ବର

ଭୁବନେଶ୍ବର: ଆଜି ବିଶ୍ବ ତମାଖୁ ବର୍ଜନ ଦିବସ । ତମାଖୁ ନିଷିଦ୍ଧ ପାଇଁ ସରକାରୀ ଯୋଜନା ପ୍ରଣୟନ ହୋଇଛି, ବିକ୍ରି ଉପରେ ଲାଗିଛି କଟକଣା । ହେଲେ ଏହି ନିୟମର ଖୋଲାଖୋଲି ଉଲ୍ଲଘଂନ ଚାଲିଛି । ରାଜଧାନୀର ଗଳି କନ୍ଧିରେ ବେଧଡକ ଭାବେ ବିକ୍ରି ହେଉଛି ତମାଖୁ । ଏ ହେଉଛି ରାଜଧାନୀରେ ଖୋଲାଖୋଲି ବିକ୍ରି ହେଉଥିବା ତମାଖୁ ଦୃଶ୍ୟ । ରାଜଧାନୀ ଭୁବନେଶ୍ବରର ବାସିନ୍ଦାଙ୍କ ମତରେ ନିୟମ କଡାକଡି ନଥିବାରୁ ଏଭଳି ସ୍ଥିତି ଉପୁଜିଛି । ଯୁବକମାନେ ତମାଖୁ ସେବନର ଶିକାର ହେଉଛନ୍ତି ।

ତମାଖୁ ସେବନ କାରଣରୁ ବଢୁଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଅଧିକ ଶିକାର ହେଉଛନ୍ତି ଯୁବପିଢି । ମୁଖ କର୍କଟ ଭଳି ରୋଗ ବ୍ୟାପୁଛି । ପ୍ରତିବର୍ଷ ୬୦ ଲକ୍ଷରୁ ଅଧିକ ଲୋକ ତମାଖୁ ସେବନ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି ।

ସବୁସ୍ତରରେ ଏହାର ସଚେତନତା ଆବଶ୍ୟକତା ରହିଛି । ତମାଖୁ ସେବନ ଦ୍ବାରା ପରିବାର ଉଜୁଡି ଯାଉଛି ।ତେଣୁ ତୁରନ୍ତ ଏହାର ନିରାକରଣ ଆବଶ୍ୟକ ଅଛି ବୋଲି କ୍ୟାପିଟାଲ ହସ୍ପିଟାଲର କାନ ନାସା ଓ ଗଳା ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡା କହିଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ,ଭୁବନେଶ୍ବର

ସେହିପରି କୋରାପୁଟ ଅଞ୍ଚଳରେ ତମାଖୁ ସେବନ ମାତ୍ରାଧିକ ରହିଛି । ତେବେ ଜନ ସଚେତନତା ଧୀରେ ଧୀରେ ବୃଦ୍ଧି ପାଉଥିବା ଯୋଗୁଁ ନିଶାମୁକ୍ତ ସମାଜ ଗଠନ ଦିଗରେ ଏହା ଏକ ଶୁଭଙ୍କର ସୂଚନା ବୋଲି ଗୀତା ସ୍ବେଚ୍ଛା ସେବୀ ସଂଗଠନର ସ୍ଥାନୀୟ ପରାମର୍ଶଦାତା ବିଭୁତି ନନ୍ଦ ଜଣାଇଛନ୍ତି ।

ଗତ 3ବର୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲାରେ ୪୪୧୨ ଜଣ ବିଡି, ସିଗାରେଟ ଓ ହୁକ୍କା ପାନ କରୁଥିବା ବ୍ୟକ୍ତିଙ୍କ ସମେତ ତମାଖୁ ଓ ତମାଖୁ ଯୁକ୍ତ ପାନ ଖାଉଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦେଇ ନିଶାମୁକ୍ତ ହେବା ପାଇଁ ସହଯୋଗ କରାଯାଇଛି । ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ମାତ୍ର ୬୨୦ ଜଣ ତମାଖୁସେବନରୁ ନିଜକୁ ଦୂରେଇ ରଖିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଏବଂ କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ତମାଖୁ ଅଭ୍ୟାସ ହେବା ସହଜ । କିନ୍ତୁ ତାକୁ ଛାଡିବା କଷ୍ଟ । ଲମତାପୁଟ ରେ ସରକାରଙ୍କ ସହଯୋଗରେ ଗୀତା ସ୍ବେଛାସେବୀ ସଂଗଠନ ଦ୍ୱାରା ଚାଲିଥିବା ନିଶା ନିବାରଣ କେନ୍ଦ୍ରରେ ଏହି ନିଶାରୁ ମୁକ୍ତ ହେବାପାଇଁ ଗତ କିଛିଦିନ ହେବ ଚିକିତ୍ସିତ ହେଉଥିବା ଜନୈକ ଶିକ୍ଷକ ଏହି ମତ ଦେଇଛନ୍ତି ।  ମଦ ଓ ତମାଖୁ ଦିଆ ପାନ ଖାଇ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବା ସହିତ ଆର୍ଥିକ ଭାବେ ବହୁତ କ୍ଷତିଗ୍ରସ୍ତ ହୋଇଥିବା ସେ ସ୍ୱୀକାର କରିଛନ୍ତି । ଅନେକ ଥର ମଦ ଓ ପାନ ଖାଇବା ଅଭ୍ୟାସ କୁ ଛାଡିବା ପାଇଁ ବିଭିନ୍ନ ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ହେଁ ପୁଣିଥରେ ସାଙ୍ଗସାଥୀଙ୍କ ଗହଣରେ ଅଭ୍ୟାସ ଆରମ୍ଭ ହୋଇଯାଉଥିବା ସେ ଜଣାଇଛନ୍ତି । ତେବେ ଏଥର ଘରର ସମସ୍ୟା , ବଢ଼ିଲା ଝିଅର ବାହାଘର ଚିନ୍ତା ଓ ଜଣେ  ଶିକ୍ଷକ ହୋଇଥିବା ଯୋଗୁଁ ସେହି ପଦବୀର  ମର୍ଯ୍ୟାଦା ହାନି ହେଉଥିବା ପ୍ରସଙ୍ଗକୁ ହୃଦୟଙ୍ଗମ କରି ପ୍ରଥମେ ମଦ ଓ ପରେ ତମାଖୁ ଛାଡିବା ପାଇଁ ସେ ଦୃଢସଂକଳ୍ପ ନେଇଥିବା ଜଣାଇଛନ୍ତି । କୋରାପୁଟ ଅଞ୍ଚଳରେ ତମାଖୁ ସେବନ ମାତ୍ରାଧିକ ଥିବା ବେଳେ ଜନ ସଚେତନତା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଥିବା ଯୋଗୁଁ ନିଶାମୁକ୍ତ ସମାଜ ଗଠନ ଦିଗରେ ଏହା ଏକ ଶୁଭଙ୍କର ସୂଚନା ବୋଲି ଗୀତା ସଂଗଠନ ର ସ୍ଥାନୀୟ ପରାମର୍ଶଦାତା ବିଭୁତି ନନ୍ଦ ଜଣାଇଛନ୍ତି । ତେବେ ସରକାରଙ୍କ ଦ୍ୱାରା ନିଶା ନିରୋଧ ଆଇନକୁ କଡ଼ାକରି ଲାଗୁ କରାଯାଇ ଗୁଟକା ଓ ସିଗାରେଟ ଖୋଲା ବଜାରରେ ବିକ୍ରିକୁ ବାସ୍ତବରେ ବନ୍ଦ କରାଯାଇପାରିଲେ ତମାଖୁ ନିଶାମୁକ୍ତ ଲୋକଙ୍କ ସଂଖ୍ୟା ରେ ବୃଦ୍ଧି ଘଟିପାରନ୍ତା ବୋଲି ଶ୍ରୀ ନନ୍ଦ ମତ ରଖିଛନ୍ତି । ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ ଅବସରରେ କୋରାପୁଟ ଜିଲ୍ଲା ଚିକିତ୍ସାଧିକାରୀ ଦଧିବାମନ ତ୍ରିପାଠୀ   ମଧ୍ୟ ସରକାରଙ୍କ ଦ୍ୱାରା ତମାଖୁ ସେବନ ନିରୋଧ ଆଇନକୁ କଡାକଡି ଭାବେ ପାଳନ କରାଯିବା ସହ ଲୋକେ ସେହି ନିୟମକୁ ମାନିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଛନ୍ତି ।ଗତ ତିନି ବର୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲାରେ ୪୪୧୨ ଜଣ  ବିଡ଼ି , ସିଗାରେଟ ଓ ହୁକ୍କା ପାନ କରୁଥିବା ବ୍ୟକ୍ତିଙ୍କ ସମେତ ତମାଖୁ ଓ ତମାଖୁ ଯୁକ୍ତ ପାନ ଖାଉଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦେଇ ନିଶାମୁକ୍ତ ହେବା ପାଇଁ ସହଯୋଗ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୬୨୦ ଜଣ ତମାଖୁ ସେବନରୁ ନିଜକୁ ଦୁରେଇ ରଖିଥିବା ସେ ଜଣାଇଛନ୍ତି । ତେବେ ଲୋକଙ୍କ ମଧ୍ୟରେ ତମାଖୁ ଜନିତ ଭୋଗିବାକୁ ପଡୁଥିବା ଅବସ୍ଥା ସମ୍ପର୍କରେ ସଚେତନତା ଵୃଦ୍ଧି ପାଇଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ଡାକ୍ତର ତ୍ରିପାଠୀ ମତ ରଖିଛନ୍ତି । ଆଜି ଏ ସଂକ୍ରାନ୍ତରେ କୋରାପୁଟ ସହରରେ ସଚେତନତା ରାଲି ଓ ସଭାର ଆୟୋଜନ କରାଯାଇଥିଲା ।
.........
Byte : Teacher admitted to quit alcohol & tobacco (Strip shirt with spects )
Byte : Bibhuti Nanda , Counsellor , GITA , Lamtaput ( Blue Shirt)
Byte : Dr.Dadhibaman Tripathy , CDMO , Koraput
P2C : Santakar
............
ଶାନ୍ତାକାର
କୋରାପୁଟ
............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.