ETV Bharat / briefs

ବିନା ହେଲମେଟରେ ବରମୁଣ୍ଡାରୁ ରସୁଲଗଡ ଯିବା ମନା - RASULGARH

ରାଜଧାନୀରେ ବଢିଚାଲିଥିବା ସଡକ ଦୁର୍ଘଟଣାକୁ ବନ୍ଦ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଖୋର୍ଦ୍ଧା ଜିଲ୍ଲାପ୍ରଶାସନ । ଏଣିକି ବିନା ହେଲମେଟରେ ବରମୁଣ୍ଡାରୁ ରସୁଲଗଡ ଯିବା ମନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା
author img

By

Published : Jun 18, 2019, 4:53 PM IST

Updated : Jun 18, 2019, 5:56 PM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ଭୟଙ୍କର ସଡକ ଦୁର୍ଘଟଣା ଘଟି ଅନେକ ମୁଲ୍ୟବାନ ଜୀବନ ଯାଉଛି । ବିଶେଷ କରି ଗତ 4ରୁ 5ମାସ ମଧ୍ୟରେ ଭୁବନେଶ୍ବରରେ 12ଟି ସଡକ ଦୁର୍ଘଟଣାରେ ପାଖାପାଖି 10ରୁ ଅଧିକ ଜୀବନ ଗଲାଣି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସମୟ ମଧ୍ୟରେ ଯାହାବି ସଡକ ଦୁର୍ଘଟଣା ଘଟିଛି ସବୁ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ହିଁ ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଉ ବଢିଚାଲୁଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଏବେ ଉଦ୍ୟମ ଆରମ୍ଭ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ବର ଆରଟିଓ କର୍ତ୍ତୃପକ୍ଷ । ଆଜି ଠାରୁ ଭୁବନେଶ୍ବର ବରମୁଣ୍ଡାରୁ ରସୁଲଗଡ ପର୍ଯ୍ୟନ୍ତ ଓଭର ବ୍ରିଜ ଉପରେ ଯାତାୟାତ କରୁଥିବା ବାଇକ ଆରୋହୀଙ୍କ ପାଇଁ ହେଲମେଟ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି ।

ପ୍ରଶାସନର ନିଷ୍ପତି ଅନୁସାରେ ଆଜିଠାରୁ ଅର୍ଥାତ ଜୁନ 18ରୁ ଏକ ମାସ ପର୍ଯ୍ୟନ୍ତ ବାଇକ ଆରୋହୀଙ୍କୁ ସଚେତନ କରାଯିବ । ଏକମାସ ପରେ ଯେଉଁମାନେ ବିନା ହେଲମେଟରେ ଯାତାୟାତା କରୁଥିବେ ତାଙ୍କ ଠାରୁ ଫାଇନ ଆଦାୟ କରାଯିବ ବୋଲି ନିଷ୍ପତି ହୋଇଛି । ତେବେ ପରିସଂଖ୍ୟନ ଅନୁସାରେ ଅନେକ ଲୋକଙ୍କ ପାଖରେ ହେଲମେଟ ଥାଇ ମଧ୍ୟ ପିନ୍ଧୁନାହାନ୍ତି ।

ଆଉ କେହି କାର୍ଯ୍ୟବ୍ୟସ୍ତତା ଆଳରେ ହେଲମେଟ ପିନ୍ଧିବାକୁ ସମୟ ପାଉନାହାନ୍ତି ବୋଲି କହୁଛନ୍ତି ଯାହା ସାମାନ୍ୟ ଅବହେଳାରୁ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି । ତେବେ ଦେଖିବାର କଥା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଏହି ନିଷ୍ପତି କେତେ ସଡକ ଦୁର୍ଘଟଣାକୁ ରୋକିପାରୁଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ଦ୍ରୁତ ଗତି ମହା ବିପତି।ଏହି ଆଧାରରେ ଆଜିଠୁ ଜାତୀୟ ରାଜପଥ ଫ୍ଲାଇ ଓଭରରେ ବିନା ହେଲମେଟରେ ଯାତାୟାତ କରିବା ମନା।ମଙ୍ଗଳବାର ଜୁନ ୧୮ ତାରିଖରୁ ୧ ମାସ ପର୍ଯ୍ୟନ୍ତ ସଚେତନତା କରାଯିବ ,ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏନେଇ କଟକଣା ଜାରି କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ।ଖଣ୍ଡଗିରି ଠାରୁ  ରସୁଲଗଡ଼ ପର୍ଯ୍ୟନ୍ତ ଫ୍ଲାଇ ଓଭର ଉପରେ ଘଟୁଥିବା ଦୁର୍ଘଟଣାକୁ ଏଡାଇବାକୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।।ବିନା ହେଲମେଟରେ ଯାତାୟାତ କରୁଥିବା ଦୁଇ ଚକିଆ ଯାନ ପାଇଁ ଚେକିଙ୍ଗ ବ୍ୟବସ୍ତା କଡାକଡି କରାଯାଇଛି।ପ୍ରଥମେ ସଚେତନତା ତା ପରେ କାର୍ଯ୍ୟାନୁଷ୍ଠାନ ଆଧାରରେ ନିଆଯିବ ଫାଇନ।ଓଭର ବ୍ରିଜ ଉପରେ ଘଟୁଥିବା ଦୁର୍ଘଟଣାରେ ୯୫ ପ୍ରତିଶତ ଦୁଇ ଚକିଆ ଯାନ।ଗତ ୫ ମାସରେ ୧୨ ଟି ଦୁର୍ଘଟଣା ରେ ୮ ଟି ଅମୂଲ୍ୟ ଜୀବନ ଯାଇଛି।

ଏ ହେଉଛି ବରମୁଣ୍ଡା ଓଭର ବ୍ରିଜ ଆରମ୍ଭ ସ୍ଥାନର ଦୃଶ୍ୟ।
ହେଲମେଟ ଅଛି ,କିନ୍ତୁ ପିନ୍ଧୁନି।ପାଖରେ ଘର ତେଣୁ ବିନା ହେଲମେଟ ରେ ଯାଉଥିଲି ବୋଲି ଜଣେ ବାଇକ ଆରୋହି କହିଛନ୍ତି।

ବିନା ହେଲମେଟ ରେ ଗାଡି ଚଲେଇବା ଭୁଲ।ହେଲମେଟ ଅଛି ଗାଡି ଭିତରେ କିନ୍ତୁ ବ୍ୟବହାର କରୁନାହିଁ।ହଟାତ ଫୋନ ଆସିଲା ତେଣୁ ହେଲମେଟ ପିନ୍ଧିନି ,ଆଉ ଏ ଭୁଲ ହେବନି ବୋଲି ଗାଡି ଚାଳକ ଜଣଙ୍କ କହିଛନ୍ତି।

ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ଦୁଇ ଚକିଆ ଯାନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଶତକଡା ୯୦ ଭାଗ।ତେଣୁ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ରୋକିବାକୁ ଜିଲାପାଳ ଙ୍କ ଅନୁମୋଦନ କ୍ରମେ ଏଭଳି ପଦକ୍ଷେପ ନିଆଯାଇଛି।ଆଜିଠାରୁ ମାସେ ପର୍ଯ୍ୟନ୍ତ ଓଭର ବ୍ରିଜ ଉପରେ ଯେଉଁମାନେ ହେଲମେଟ ପିନ୍ଧି ନ ଥିବେ ସେମାନଙ୍କୁ ସଚେତନ କରାଯିବ ,ପରେ ଫାଇନ ଆଦାୟ ସହ ଯିବା ପାଇଁ ଅନୁମତି ମଧ୍ୟ ଦିଆଯିବ ନାହିଁ।ଆସନ୍ତା ମାସ ଠାରୁ ଦୁଇ ଚକିଆ ଯାନକୁ କେବଳ ସର୍ଭିସ ରୋଡରେ ଅନୁମତି ଦିଆଯିବ ବୋଲି ଭୁବନେଶ୍ବର ଆରଟିଓ ୨ ସଞ୍ଜୟ ବେହେରା କହିଛନ୍ତି।
Last Updated : Jun 18, 2019, 5:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.