ETV Bharat / briefs

ନୀଳଗିରିରେ ଜଳକଷ୍ଟ, ରାସ୍ତାରେ ବସିଲେ ମହିଳା - GOVT

ସାରା ରାଜ୍ୟରେ ଦେଖାଦେଇଛି ପାନୀୟ ଜଳ ସଂକଟ, ପାଣି ଟିକେ ପାଇବାକୁ ଲୋକେ ଡହକ ବିକଳ ହେଉଥିବା ବେଳେ ଚୁପ୍ ରହିଛି ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 30, 2019, 5:21 PM IST

ବାଲେଶ୍ୱର: ଗ୍ରୀଷ୍ମ ପ୍ରଭାବ ଯେତିକି ବୃଦ୍ଧି ପାଉଛି ରାଜ୍ୟରେ ପାନୀୟ ଜଳ ସମସ୍ୟା ସେତିକି ଉତ୍କଟ ହେଉଛି । ପାନୀୟ ଜଳ ପାଇଁ ନାନା ହିନସ୍ତା ହେଉଛନ୍ତି ବାଲେଶ୍ବରବାସୀ । ବାରମ୍ବାର ପ୍ରଶାସନକୁ ଗୁହାରି ସତ୍ତ୍ବେ ବାଲେଶ୍ବର ଜିଲ୍ଲା ନୀଳଗିରି ଏନଏସି ଅଧିନ 5ନଂ ୱାର୍ଡ ସାନଅତା ହରିଜନ ସାହିର ଜଳକଷ୍ଟ ବୁଝି ନାହିଁ ପ୍ରଶାସନ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଏହି ଗ୍ରାମରେ ପ୍ରାୟ 3ଶହ ଲୋକ ରହୁଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ଶୋଷ ମେଣ୍ଟାଇବା ପାଇଁ ଏକମାତ୍ର ନଳକୂପ ଭରସା । ତାହା ପୁଣି ଖରାଦିନେ ଅଚଳ । ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ । ଖରାଦିନ ଆସିବା ପୂର୍ବରୁ ଗ୍ରାମବାସୀ ପ୍ରଶାସନକୁ ଏ ବିଷୟରେ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ।

ଶେଷରେ ଗାଁର ମହିଳା ମାନେ ଏକଜୁଟ ହୋଇ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଘେରିବା ସହ ସେରଗଡ଼-ଉଦଳା ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ସମୟ ରାସ୍ତା ଅବରୋଧ ପରେ ପ୍ରଶାସନିକ ଅଧିକାରୀ ଧାରଣାକାରୀଙ୍କ ପାଖରେ ପହଞ୍ଚି ବୁଝାସୁଝା କରିବା ସହ ଦିନକୁ 2ଥର ଟ୍ୟାଙ୍କରରେ ପାଣି ଯୋଗାଇବାର ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ କରିଛନ୍ତି ଗ୍ରାମବାସୀ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.