ETV Bharat / briefs

'ଫନି' କ୍ଷତିଗ୍ରସ୍ତ ବସ୍ତିବାସିନ୍ଦା ଓ ଉଠା ଦୋକାନୀଙ୍କୁ କ୍ଷତିପୂରଣ ଦାବିରେ ବିକ୍ଷୋଭ - ଫନି ପ୍ରଭାବିତ

ଫନି ଯିବାର ବିତିଯାଇଛି ୨୨ ଦିନ । କେବଳ ରିଲିଫ୍ ଦେଇ ଚୁପ୍ ବସିପଡିଛନ୍ତି ରାଜ୍ୟ ସରକାର । ଏବେ ବେଘର ଏବଂ ରୋଜଗାର ହୀନ ହୋଇଥିବା ଲୋକଙ୍କର ନିଜ ପରିବାରକୁ ନେଇ ବଢିଯାଇଛି ଚିନ୍ତା । ବାଧ୍ୟ ହୋଇ ଭୁବନେଶ୍ୱର ମହାନଗର ନିଗମ ସମ୍ମୁଖରେ ବିକ୍ଷୋଭ କରିଛି ନିଖିଳ ଓଡିଶା ବସ୍ତି ଉନ୍ନୟନ ମହାସଙ୍ଘ ଓ ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 25, 2019, 5:54 PM IST

ଭୁବନେଶ୍ବର: 'ଫନି' ପ୍ରଭାବରେ ରାଜଧାନୀରେ କ୍ଷତିଗ୍ରସ୍ତ ବସ୍ତିବାସିନ୍ଦା ଓ ଉଠା ଦୋକାନୀଙ୍କୁ ତୁରନ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ସମ୍ମୁଖରେ ବିକ୍ଷୋଭ କରିଛି ନିଖିଳ ଓଡିଶା ବସ୍ତି ଉନ୍ନୟନ ମହାସଙ୍ଘ ଓ ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଫନି ଯିବାର ୨୨ ଦିନ ବିତିଯାଇଥିଲେ ସୁଦ୍ଧା ସରକାର କେବଳ ରିଲିଫ ଦେଇ ଚୁପ୍ ବସିପଡିଛନ୍ତି । ବେଘର ଏବଂ ରୋଜଗାର ହୀନ ଲୋକଙ୍କ ପାଇଁ ଏବେ ନିଜ ପରିବାରକୁ ନେଇ ଚିନ୍ତା ବଢିଯାଇଛି । ତୁରନ୍ତ ସମସ୍ତ ବାତ୍ୟାଗ୍ରସ୍ତ ବସ୍ତିବାସିନ୍ଦା ଓ ଉଠା ଦୋକାନୀଙ୍କ କ୍ଷୟକ୍ଷତିର ସର୍ଭେ କରାଯାଉ । କ୍ଷତିପୂରଣ ବାବଦକୁ ବସ୍ତିବାସିନ୍ଦାଙ୍କୁ ୧ ଲକ୍ଷ ସହ ସ୍ଥାୟୀ ପକ୍କା ଘର ଏବଂ ଉଠା ଦୋକାନୀଙ୍କୁ ୫୦ ହଜାର ଟଙ୍କା ଏବଂ ସ୍ଥାୟୀ ଦୋକାନ ଗୃହ ପ୍ରଦାନ କରାଯାଉ । ଏଥିସହିତ ରାସନକାର୍ଡ ନଥିବା ବସ୍ତିବାସିନ୍ଦାଙ୍କୁ ଅନ୍ୟ ପରିଚୟ ପତ୍ର ଆଧାରରେ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଛି ନିଖିଳ ଓଡିଶା ବସ୍ତି ଉନ୍ନୟନ ମହାସଙ୍ଘ ।

ବାରମ୍ବାର ଦାବି ପରେ ଯଦି ବିଏମସି ଦାବି ପୂରଣ ନକରେ ଅଗାମୀ ଦିନରେ ଏହା ଅଚଳ ହେବ । ଆଉ ଏଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ବସ୍ତି ଉନ୍ନୟନ ମହାସଂଘ ଓ ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘର ସଭାପତି ସୁର ଜେନା କହିଛନ୍ତି ।

ଅପରପକ୍ଷେ ମହାସଂଘ ପକ୍ଷରୁ ବିଏମସିକୁ ୪ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବ । ରିଲିଫ କୋଡ଼ ହିସାବରେ ଯାହା ନିୟମ ଅଛି, ତାକୁ ଦିଆଯିବ ବୋଲି ବିଏମସି ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ବିଶ୍ୱାଳ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ରାଜଧାନୀ ଭୁବନେଶ୍ୱରରେ ବାତ୍ୟା କ୍ଷତି ଗ୍ରସ୍ତ ବସ୍ତି ବାସିନ୍ଦା ଓ ଉଠା ଦୋକାନୀ ଙ୍କୁ ତୁରନ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବା ଦାବିରେ ଭୁବନେଶ୍ୱର ମହାନଗର ନିଗମ ସାମ୍ନାରେ ବିକ୍ଷୋଭ କରିଛି ନିଖିଳ ଓଡିଶା ବସ୍ତି ଉନ୍ନୟନ ମହାସଙ୍ଗ ଓ ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘ।ତୂରନ୍ତ ସମସ୍ତ ବାତ୍ୟାଗ୍ରସ୍ତ ବସ୍ତି ବାସିନ୍ଦା ଓ ଉଠା ଦୋକାନୀଙ୍କ ଉଠା ଦୋକାନୀଙ୍କ କ୍ଷୟକ୍ଷତିର ସର୍ଭେ କରାଯାଉ,ବସ୍ତିବାସିନ୍ଦାଙ୍କୁ ୧ ଲକ୍ଷ ଓ ଉଠା ଦୋକାନୀ ମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତି ପୁରଣ ଦିଆଯାଉ,ସମସ୍ତ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପକ୍କା ଘର ଓ ଉଠା ଦୋକାନୀ ମାନଙ୍କୁ ସ୍ଥାୟୀ ଦୋକାନ ଗୃହ ଯୋଗାଇ ଦିଆଯାଉ ଏବଂ ରେସନ କାର୍ଡ଼ ନ ଥିବା ବସ୍ତିବାସିନ୍ଦାଙ୍କୁ ଅନ୍ୟ ପରିଚୟ ପତ୍ର ଆଧାର ରେ ରିଲିଫ ଯୋଗାଇ ଦିଆଯାଉ ବୋଲି ଦାବି କରିଛି ନିଖିଳ ଓଡିଶା ବସ୍ତି ଉନ୍ନୟନ ମହାସଙ୍ଗ।

ବାତ୍ୟାକୁ ୨୨ ଦିନ ବିତିଯାଇଥିଲେ ବି  ରିଲିଫ ଦେଇ ସରକାର ବସିପଡିଲେ, ଘର ପୁରା ଭାଙ୍ଗି ଯାଇଛି ରୋଜଗାର ନାହିଁ ଚାଲିବୁ କେମିତି।ତୁରନ୍ତ ସର୍ଭେ , ଆମକୁ ପକ୍କା ଘର ଦିଅନ୍ତୁ ବୋଲି ବିଏମସି ୪୧ ୱାର୍ଡ ସ୍ଥିତ ଫାଳିକିଆ ବସ୍ତିର ନେହେଲା ନାୟକ କହିଛନ୍ତି।

ସରକାର ବାତ୍ୟାରେ ଭାଙ୍ଗି ଯାଇଥିବା ବସ୍ତି ବାସିନ୍ଦାଙ୍କ ଘର ଓ ଠେଲା ଗାଡି ପାଇଁ  ତୁରନ୍ତ ସର୍ଭେ କରନ୍ତୁ ।ପକ୍କା ଘର ପାଇଁ ୧ଲକ୍ଷ ଟଙ୍କା ଓ ଠେଲା ଗାଡି ପାଇଁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରନ୍ତୁ।ଯଦି ବିଏମସି ତୁରନ୍ତ ଦାବି ପୂରଣ ନ କରେ ଅଗାମୀ ଦିନରେ ବିଏମସି ଅଚଳ ହେବ ,ଏଥିପାଇଁ କତ୍ତୃପକ୍ଷ ଦାୟୀ ରହିବେ ବୋଲି ବସ୍ତି ଉନ୍ନୟନ ମହାସଂଘ ଓ ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘ ସଭାପତି ସୁର ଜେନା କହିଛନ୍ତି।

ମହାସଂଘ ୪ ଦଫା ଦାବି ପତ୍ର ଦେଇଛନ୍ତି।ଏ ବିଷୟରେ ସରକାରଙ୍କୁ ଅବଗତ କରାଯିବ।ରିଲିଫ କୋଡ଼ ହିସାବରେ ଯାହା ନିୟମ ଅଛି, ତାକୁ ଦିଆଯିବ ବୋଲି ବିଏମସି ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ବିଶ୍ୱାଳ କହିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.