ETV Bharat / briefs

ନେତାଙ୍କଠୁ ମୁହଁ ଫେରାଇଲେ 3ହଜାରରୁ ଉର୍ଦ୍ଧ୍ବ ଭୋଟର - buttom

ବେଗୁନିଆ, ଚିଲିକା ଓ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ 3028 ମତଦାତା ନେତାଙ୍କ ଠାରୁ ମୁହଁ ଫେରାଇ ନେଇଛନ୍ତି । ମତଦାତାଙ୍କ ପସନ୍ଦରେ କୌଣସି ପ୍ରାର୍ଥୀ ନଆସିବାରୁ ସେମାନେ ନୋଟାରେ ଭୋଟ ଦେଇଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : May 25, 2019, 12:43 AM IST

ଖୋର୍ଦ୍ଧା: ନେତାଙ୍କ ପକେଟକୁ ଗଲାନି ଜନତାଙ୍କ ମୂଲ୍ୟବାନ ଭୋଟ । ବେକାର ହେଲା 3028 ମତଦାତାଙ୍କ ଭୋଟ । ଏଭଳି କିଛି ଖବର ମିଳିଛି ଖୋର୍ଦ୍ଧା ଉପଖଣ୍ଡ ଅଧୀନରେ ଥିବା ବେଗୁନିଆ, ଚିଲିକା ଓ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନାନୁଯାୟୀ, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ସମୁଦାୟ 8 ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ବେଗୁନିଆରୁ 7 ଓ ଚିଲିକାରୁ 9 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ । ସେଥିମଧ୍ୟରୁ ବିଜେପିର ପୃଥ୍ୱୀରାଜ ହରିଚନ୍ଦନ, କାଳୁ ଖଣ୍ଡେଇତାରାୟ, ରିଷଭ ନନ୍ଦ, କଂଗ୍ରେସର ପ୍ରଦୀପ ସାହୁ, ପ୍ରଦୀପ ସ୍ୱାଇଁ, ସ୍ୱାଗତିକା ପଟ୍ଟନାୟକ, ବିଜେଡିର ରାଜେନ୍ଦ୍ର କୁମାର ସାହୁ, ଜ୍ୟୋତିନ୍ଦ୍ର ନାଥ ମିତ୍ର, ପ୍ରଶାନ୍ତ କୁମାର ଜଗଦେବଙ୍କ ଭଳି ହେଭିୱେଟ ନେତା ମଧ୍ୟ ମଇଦାନରେ ଥିଲେ । ମାତ୍ର ମତଦାତାଙ୍କ ପସନ୍ଦରେ କୌଣସି ପ୍ରାର୍ଥୀ ନଆସିବାରୁ ସେମାନେ ନୋଟାରେ ଭୋଟ ଦେଇଥିଲେ ।

ବେଗୁନିଆରେ 909 ଖଣ୍ଡ, ଖୋର୍ଦ୍ଧାରେ 1238 ଖଣ୍ଡ ଏବଂ ଚିଲିକାରେ 881 ଖଣ୍ଡ ନୋଟା ଭୋଟ ପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug- ନେତାଙ୍କୁ ମୁଁହ ମୋଡ଼ିଲେ 3ହଜାର ଭୋଟର

Format-AVO

Place-khurda,24.5.19

Visual-mojo

ଆଙ୍କର : ଭୋଟ କେନ୍ଦ୍ରକୁ ଗଲେ ସୁଇଚ ଚିପି ଭୋଟ ମଧ୍ୟ ଦେଲେ କିନ୍ତୁ ତାଙ୍କର ଏହି ମୂଲ୍ୟବାନ ଭୋଟ ନେତାଙ୍କ ପକେଟକୁ ଗଲାନି । ଅର୍ଥାତ ଖୋର୍ଦ୍ଧା ଉପଖଣ୍ଡ ଅଧୀନରେ ଥିବା ବେଗୁନିଆ ,ଚିଲିକା , ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର 3028 ଭୋଟରଙ୍କୁ ଜଣେ ହେଲେ ନେତା ପସନ୍ଦ ଆସିଲେନି । ସୂଚନା ଅନୁଯାୟୀ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ସମୁଦାୟ 8 ଜଣ ପାର୍ଥି ମଇଦାନକୁ ଓଲ୍ହାଇଥିବା ବେଳେ ବେଗୁନିଆରେ 7 ଜଣ ଓ ଚିଲିକାରେ 9ଜଣ ପାର୍ଥି ନିର୍ବାଚନ ଲଢୁଥିଲେ । ସେଥିମଧ୍ୟରୁ ବିଜେପିର ପୃଥ୍ୱୀରାଜ ହରିଚନ୍ଦନ,କାଳୁ ଖଣ୍ଡେଇତାରାୟ, ରିଷଭ ନନ୍ଦ କଂଗ୍ରେସର ପ୍ରଦୀପ ସାହୁ ,ପ୍ରଦୀପ ସ୍ୱାଇଁ,ସ୍ୱାଗତିକା ପଟନାୟକ ଏବଂ ବିଜେଡିର ରାଜେନ୍ଦ୍ର କୁମାର ସାହୁ, ଜ୍ୟୋତିନ୍ଦ୍ର ନାଥ ମିତ୍ର,ପ୍ରଶାନ୍ତ କୁମାର ଜଗଦେବଙ୍କ ଭଳି ହେଭିୱେଟ ନେତା ଥିବା ବେଳେ ଭୋଟର ମାନେ ସେମାନଙ୍କୁ ନାପସନ୍ଦ କରି ନୋଟାରେ ଭୋଟ ଦେଇଛନ୍ତି । ବେଗୁନିଆରେ ନୋଟା 909ଖଣ୍ଡ ଭୋଟ ପାଇଥିବା ବେଳେ ଖୋର୍ଦ୍ଧାରୁ ନେଇଛି 1238ଖଣ୍ଡ ସେହିପରି ଚିଲିକାରୁ ନୋଟା ନେଇଛି 881ଖଣ୍ଡ ଭୋଟ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.