ETV Bharat / briefs

୧୩ରୁ ଯାଜପୁରରେ ସର୍ବଭାରତୀୟ କବାଡି ଲଢେଇ - ଯାଜପୁର

13 ତାରିଖରୁ ଖଣ୍ଡିତର ଠାରେ ଆରମ୍ଭ ହେବ ସର୍ବଭାରତୀୟ ଦିବାରାତ୍ର କବାଡି ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତା 16 ତାରିଖରେ ଉଦ୍‌ଯାପିତ ହେବ । ତେବେ ରଜ ସମୟରେ ଏହି ପ୍ରତିଯୋଗିତ ଆୟୋଜିତ ହେଉଥିବାରୁ ଖଣ୍ଡିତର କବାଡି ଗ୍ରାଉଣ୍ଡରେ ଖେଳର ମଜାନେବେ ହଜାର ହଜାର ଦର୍ଶକ ।

ଫଟୋ ସୌଜନ୍ଯ: ସମ୍ବାଦଦାତା,ଯାଜପୁର
author img

By

Published : Jun 11, 2019, 11:28 PM IST

ଯାଜପୁର: ଆସନ୍ତା ୧୩ରୁ ଏଠାରେ ଆରମ୍ଭ ହେବ ୬୪ତମ ସର୍ବଭାରତୀୟ ଗ୍ରେଡ୍ ଏ କବାଡି ପ୍ରତିଯୋଗିତା । ଯାଜପୁର କବାଡି ଆସୋସିଏସନ ଏହାକୁ ଆୟୋଜନ କରୁଛି । ଖଣ୍ଡିତର ସ୍ଥିତ ମିନି ଷ୍ଟାଡିୟମରେ ଉଭୟ ପୁରୁଷ ଓ ମହିଳା ଦଳକୁ ନେଇ ଅନୁଷ୍ଠିତ ହେବ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା । ଏଥିରେ ରାଜ୍ୟ ବାହାରୁ ୨୦ରୁ ଊର୍ଦ୍ଧ୍ବ ଦଳ ଅଂଶଗ୍ରହଣ କରିବେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଯାଜପୁର

ଏପଟେ ରାଜ୍ୟ ଓ ରାଜ୍ୟ ବାହାରୁ ଟିମମାନ ଆସି କବାଡି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ତେବେ ଉଭୟ ପୁରୁଷ ଓ ମହିଳା ଦଳ ମଧ୍ୟରେ ଆୟୋଜିତ ହେବ ପୃଥକ ପୃଥକ ମ୍ୟାଚ୍ । ଚଳିତ ବର୍ଷ ପୁରୁଷ ବିଭାଗର ଚମ୍ପିଆନ ଦଳକୁ ୧ ଲକ୍ଷ ଟଙ୍କା ଓ ରନର୍ସ ଅପ ଦଳକୁ ୭୦ ହଜାର ଟଙ୍କା ପ୍ରଦାନ କରାଯିବ ।

ଖଣ୍ଡିତର ଗାଁ କବାଡିର ଏନ୍ତୁଡିଶାଳ ଭାବେ ଜଣାଶୁଣା । ଗତ ୬୩ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଆୟୋଜିତ ହୋଇଆସୁଛି ଏହି କବାଡି ପ୍ରତିଯୋଗୀତା । ଏଭଳି ଏକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ସମଗ୍ର ଭାରତବର୍ଷରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରି ପାରିଛି ଯାଜପୁର କବାଡି ଆସୋସିଏସନ ।

ଚଳିତ ଥର ମିନି ଷ୍ଟାଡିୟମରେ ଦର୍ଶକ ମାନଙ୍କ ପାଇଁ ନୂତନ ଗ୍ୟାଲେରୀର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ତେବେ ଏହି କବାଡି ପ୍ରତିଯୋଗୀତାକୁ ନେଇ ଉଭୟ ଖେଳାଳି ଓ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.