ETV Bharat / briefs

ଡେଙ୍ଗୁ ନିୟନ୍ତ୍ରଣ ଦିଗରେ ଆଗରେ ଓଡିଶା: ରିପୋର୍ଟ - celebrate

ରାଜଧାନୀରେ ଜାତୀୟ ଡେଙ୍ଗୁ ଦିବସ ପାଳିତ । ଅନ୍ୟ ରାଜ୍ୟ ତୁଳନାରେ ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଆଗରେ ରହିଛି ଓଡିଶା । ଔଷଧ ସହ ମଶାରି ବ୍ୟବହାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ପରେ ରାଜ୍ୟରେ ମ୍ୟାଲେରିଆ ୮୪ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 16, 2019, 8:43 PM IST

ଭୁବନେଶ୍ବର: ରାଜଧାନୀରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଦିବସରେ ଏକ ବାର୍ଷିକ ରିପୋର୍ଟ ଉନ୍ମୋଚନ କରାଯାଇଛି । ବିଭାଗର କମିଶନର ତଥା ଶାସନ ସଚିବ ଡଃ ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟରେ ଡେଙ୍ଗୁ, ମ୍ୟାଲେରିଆ ଆଦି ନିୟନ୍ତ୍ରଣ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମରେ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହିତ ମଶାବାହିତ ଏହି ରୋଗକୁ ନିୟନ୍ତ୍ରଣ କରିବା ଲାଗି ଔଷଧୀୟ ମଶାରି ବ୍ୟବହାର ସହିତ ଲୋକମାନେ ନିଜେ ସଚେତନ ହେବା ଆବଶ୍ୟକ ଅଛି ବୋଲି କହିଥିଲେ ।

ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ଆଗରେ ରହିଛି ଓଡିଶା । ବିଭାଗ ପକ୍ଷରୁ ଉନ୍ମୋଚିତ ରିପୋର୍ଟ ଅନୁସାରେ, 1945 ମସିହାରେ ଦେଶରେ ପ୍ରଥମ ଥର ପାଇଁ ଡେଙ୍ଗୁ ଚିହ୍ନଟ କରାଯାଇଥିଲା । 1988 ମସିହାରେ ଏହା ପ୍ରଥମ ଥର ପାଇଁ ଦିଲ୍ଲୀରେ ମହାମାରୀ ରୂପ ଗ୍ରହଣ କରିଥିଲା । 2018 ମସିହାରେ ଦେଶରେ 89,974 ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ତନ୍ମଧ୍ୟରୁ 144 ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ୨୦୧୦ ମସିହାରେ ଓଡିଶାରେ ପ୍ରଥମ ଡେଙ୍ଗୁ ଚିହ୍ନଟ କରାଯାଇଥିଲା । 2018 ମସିହାରେ ମୋଟ 5198 ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ 1559 ଜଣ ରାଜ୍ୟ ବାହାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆସିଥିଲେ । ଏମାନଙ୍କ ମଧ୍ୟରୁ 5 ଜଣଙ୍କ ମୃତ୍ୟୁ ହୋଇଥିଲା ।

ଡେଙ୍ଗୁ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇଥିବାରୁ ଏହାକୁ ନିୟନ୍ତ୍ରଣ ଓ ନିରାକରଣ କରିବା ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଜାନୁୟାରୀ ମାସରୁ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏଯାବତ୍ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିନାହିଁ । ଭେକ୍ଟର ବାହିତ ରୋଗରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ରାଜ୍ୟ ସରକାର ଆଉ ୫୬ ଲକ୍ଷ ଔଷଧୀୟ ମଶାରି ମାଗିଛନ୍ତି ।

ଅପରପକ୍ଷେ ଏହି ଔଷଧୀୟ ମଶାରି ବ୍ୟବହାର ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ପରେ ରାଜ୍ୟରେ ମ୍ୟାଲେରିଆ ୮୪ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟରେ ଜଳ ଓ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

FGH

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.