ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ପାହ୍ୟା ପାଇଥିବା ବରିଷ୍ଠ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ନିଜ ମନ୍ତ୍ରଣାଳୟର ଦାୟିତ୍ବ ନେଇଛନ୍ତି । ଗତ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିବା ନରେନ୍ଦ୍ର ସିଂ ତୋମାର ଚଳିତ ସରକାରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ କୃଷି ମନ୍ତ୍ରଣାଳୟ ଦାୟିତ୍ବ ପାଇଛନ୍ତି ।
ଅନ୍ୟପଟେ ପଶ୍ଚିମବଙ୍ଗରୁ ବିଜୟୀ ହୋଇଥିବା ବାବୁଲ ସୁପ୍ରିୟୋ ମଧ୍ୟ ନିଜ ମନ୍ତ୍ରଣାଳୟ ଯାଇ ଦାୟିତ୍ବ ଗ୍ରହଣ କରିଛନ୍ତି । ବାବୁଲ ସୁପ୍ରିୟୋଙ୍କୁ ଜଙ୍ଗଲ ପରିବେଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ମିଳିଛି ।