ETV Bharat / briefs

ଯୌତୁକ ଜୁଇରେ ଜଳିଲା ବଧୂ ! - ଯୌତୁକ

ବିବାହ ସମୟରେ ପୁଅଘର ଦାବି ମୁତାବକ ୨୦ହଜାର ଟଙ୍କା ଝିଅ ଘର ଯୌତୁକ ଦେଇଥିଲେ । କିନ୍ତୁ ପରେ ଯୌତୁକ ଲୋଭୀ ଶାଶୁଘର ଆହୁରୀ ୫୦ହଜାର ଟଙ୍କା ଦେବା ପାଇଁ ଦାବି କରୁଥିଲେ । ତେବେ ଏହି ଟଙ୍କାକୁ କେନ୍ଦ୍ର କରି ଶାଶୁଘର ଲୋକ ଝିଅକୁ ହତ୍ୟା କରିଥିବା ରଶ୍ମୀତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଯାଜପୁର
author img

By

Published : Jun 15, 2019, 6:00 PM IST

ଯାଜପୁର: ଯୌତୁକ ଲୋଭୀ ଶାଶୁଘର ପାଲିଟିଲେ ରାକ୍ଷାସ । ଶାଶୁଘର ଲୋକେ ବୋହୂକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜିଲ୍ଲାର ସଦର ଥାନା ଅଧିନସ୍ଥ ମାଳଆନନ୍ଦପୁର ଗାଁର ବିବାହିତା ମହିଳା ରଶ୍ମିତା ଦଳାଇକୁ ତାଙ୍କ ଶାଶୁଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ରଶ୍ମିତାଙ୍କ ବାପଘର ଲୋକେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଯାଜପୁର

ସୂଚନାମୁତାବକ, ସୁକିନ୍ଦା ଅତା ଗାଁର ବେଣୁଧର ଦଳାଇଙ୍କ ଝିଅ ରଶ୍ମୀତାଙ୍କ ବିବାହ ମାଳଆନନ୍ଦପୁର ଗାଁର ଚକ୍ରଧର ଦଳାଇଙ୍କ ପୁଅ ସୂର୍ଯ୍ୟଙ୍କ ସହିତ ୪ବର୍ଷ ତଳେ ହୋଇଥିଲା । ବିବାହ ସମୟରେ ପୁଅଘର ଦାବି ମୁତାବକ ୨୦ହଜାର ଟଙ୍କା ଝିଅ ଘର ଯୌତୁକ ଦେଇଥିଲେ । ଏବେ ଶାଶୁଘର ଲୋକେ ୫୦ହଜାର ଟଙ୍କା ଦେବା ପାଇଁ ଦାବି କରୁଥିଲେ । ତେବେ ଏହି ଟଙ୍କାକୁ କେନ୍ଦ୍ର କରି ଶାଶୁଘର ଲୋକ ଝିଅକୁ ହତ୍ୟା କରିଥିବା ସଦର ଥାନାରେ ମୃତକଙ୍କ ବାପଘର ପକ୍ଷରୁ ଅଭିଯୋଗ କରାଯାଇଛି ।

ତେବେ ସଦର ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପଟେ ଏହି ଘଟଣାର ତଦନ୍ତ ଲାଗି ସ୍ବାମୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.