ETV Bharat / briefs

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: 6ଷ୍ଠ ସ୍ଥାନରେ ବରଗଡ

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବରଗଡର ନବ୍ୟା ନବେଲି ଆଚାର୍ଯ୍ୟ ୯୫.୫ ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ବରଗଡ ଜିଲ୍ଲା ରାଜ୍ୟର ସପ୍ତମ ସ୍ଥାନ ଅଧିକାର କରିଥିବାବେଳେ ଚଳିତ ବର୍ଷ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ଯୋଗୁଁ ଷଷ୍ଠ ସ୍ଥାନ ଅଧିକାର କରିଛି ।

author img

By

Published : May 21, 2019, 10:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ମଙ୍ଗଳବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ସାରା ରାଜ୍ୟରେ ମୋଟ ପାସହାର 72.35 ପ୍ରତିଶତ ଥିବାବେଳେ ବରଗଡ ଜିଲ୍ଲାରେ ପାସହାର 80 ପ୍ରତିଶତ ରହିଛି । ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ବରଗଡ ଜିଲ୍ଲା ରାଜ୍ୟର ସପ୍ତମ ସ୍ଥାନ ଅଧିକାର କରିଥିବାବେଳେ ଚଳିତ ବର୍ଷ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ଯୋଗୁଁ ଷଷ୍ଠ ସ୍ଥାନ ଅଧିକାର କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଚଳିତ ବର୍ଷ ପୁଅଙ୍କ ଅପେକ୍ଷା ଝିଅମାନେ ବାଜିମାତ୍ କରିଛନ୍ତି । ବରଗଡରେ ସମୁଦାୟ ୧୭,୧୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ତନ୍ମଧ୍ୟରୁ ୧୩,୭୩୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଜିଲ୍ଲାର ମୋଟ 7425 ଜଣ ଛାତ୍ରୀ ପାସ କରିଥିବାବେଳେ 7314 ଜଣ ଛାତ୍ର ପାସ କରିଛନ୍ତି ।

ବରଗଡ ଜିଲ୍ଲାର ୧୨ଟି ବ୍ଲକରୁ ୨୦ ଜଣ ପରୀକ୍ଷାର୍ଥୀ A1 ଗ୍ରେଡରେ ପାସ କରିଥିବାବେଳେ ବରଗଡ ବ୍ଲକରୁ ୫ ଜଣ, ବରପାଲି ଓ ସୋହେଲାରୁ ୪ ଜଣ, ଭଟଲି, ଅତାବିରା, ବିଜେପୁର, ପାଇକମାଳ, ପଦ୍ମପୁର ବ୍ଲକରୁ ଜଣେ ଲେଖାଏଁ ପରୀକ୍ଷାର୍ଥୀ A1 ଗ୍ରେଡରେ ସଫଳତା ପାଇଛନ୍ତି । ଜିଲ୍ଲାର ନବ୍ୟା ନବେଲି ଆଚାର୍ଯ୍ୟ ୯୫.୫ ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

||ବରଗଡ ||
୨୦୧୮-୧୯ ଶିକ୍ଷାବର୍ଷ ପାଇଁ ରାଜ୍ୟରେ ଲକ୍ଷାଧିକ ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ଫଳାଫଳ ପାଇଁ ଅପେକ୍ଷା କରିଥିବା ବେଳେ ଆଜି ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି | ସାରା ରାଜ୍ୟର ମୋଟ ପାସ ହାର 72.35 % ରହିଥିବା ବେଳେ ବରଗଡ ଜିଲ୍ଲାର ପରୀକ୍ଷାର୍ଥୀଙ୍କ ପାସ ହାର 80 % ରହିଛି | ଗତ ଶିକ୍ଷା ବର୍ଷରେ ବରଗଡ ଜିଲ୍ଲା ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ  ରାଜ୍ୟରେ ସପ୍ତମ ସ୍ଥାନ ଅଧିକାର କରିଥିବା ବେଳେ ଚଳିତ ବର୍ଷ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇଥିବାରୁ ବରଗଡ ଜିଲ୍ଲା ଦଶମ ପରୀକ୍ଷା ଫଳାଫଳରେ ରାଜ୍ୟରେ  ଷଷ୍ଠ ସ୍ଥାନ ଅଧିକାର କରିଛି |
              ବରଗଡରେ ସମୁଦାୟ ୧୭୧୭୨ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ୧୩୭୩୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ ହୋଇଛନ୍ତି | ତେବେ ଜିଲ୍ଲାରେ ଦଶମ ଶ୍ରେଣୀ ପରୀକ୍ଷାରେ ଚଳିତ ଥର ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ବାଜିମାତ କରିଛନ୍ତି | ଜିଲ୍ଲାରେ ୭୪୨୫ ଜଣ ଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଛାତ୍ର ମାନଙ୍କ ମଧ୍ୟରେ ୬୩୧୪ ଜଣ ପାସ କରିଛନ୍ତି | ବରଗଡ ଜିଲ୍ଲାର ୧୨ ଗୋଟି ବ୍ଲକରୁ ୨୦ ଜଣ ପରୀକ୍ଷାର୍ଥୀ A1 ଗ୍ରେଡ ରେ ପାସ କରିଥିବ ବେଳେ ବରଗଡ ବ୍ଲକ ରୁ ୫ ଜଣ , ବରପାଲି ବ୍ଲକରୁ ୪ ଜଣ , ଭଟଲି ବ୍ଲକରୁ ଜଣେ , ଅତାବିରା ବ୍ଲକରୁ ଜଣେ , ବିଜେପୁର ବ୍ଲକରୁ ଜଣେ , ପାଇକମାଳ ରୁ ଜଣେ , ପଦ୍ମପୁର ବ୍ଲକରୁ ଜଣେ ଓ ସୋହେଳା ବ୍ଲକରୁ ୪ ଜଣ ପରୀକ୍ଷାର୍ଥୀ A1 ଗ୍ରେଡ ରେ ସଫଳତା ପାଇପାରିଛନ୍ତି | ବରଗଡ ଜିଲ୍ଲାରେ ନବ୍ୟା ନବେଲି ଆଚାର୍ଯ୍ୟ ୯୫.୫ % ମାର୍କ ଆଣି ଜିଲ୍ଲାରେ ଟପର ହୋଇପାରିଛନ୍ତି |  
ବାଇଟ ଓ ଭିଡିଓ mojo ରେ ଯାଇଛି |

 ବାଇଟ 1- ପ୍ରକାଶ କୁମାର ଯୋଷୀ  ( ଜିଲ୍ଲା ଶିକ୍ଷା ଅଧିକାରୀ )
 slug - odbgh_result_7203682
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.