ETV Bharat / briefs

ସାମିଙ୍କ ହ୍ୟାଟ୍ରିକ ପଛରେ ଧୋନୀଙ୍କ ହାତ - ମହମ୍ମଦ ସାମି

ବିଶ୍ବକପରେ ହ୍ୟାଟ୍ରିକ ନେବା ବହୁତ କମ ସୁଯୋଗ ରହିଥାଏ । ତୁମ ପାଖରେ ହ୍ୟାଟ୍ରିକ ନେବାର ଯଥେଷ୍ଟ ସୁଯୋଗ ରହିଛି । ତୁମେ ବୋଲିଂରେ କୌଣସି ପରିବର୍ତ୍ତନ କରନାହଁ । ୟର୍କର ପକାଅ, ହ୍ୟାଟ୍ରିକ ହାତେଇବାର ସୁଯୋଗ ରହିଛି ବୋଲି ଧୋନୀ କହିଥିଲେ । ଏକଥା ମହମ୍ମଦ ସାମି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 24, 2019, 12:20 PM IST

ହାଇଦ୍ରାବାଦ: ଆଫଗାନ୍‌ ବିପକ୍ଷରେ ହ୍ୟାଟ୍ରିକ ଓ୍ବିକେଟ ନେଇ ମହମ୍ମଦ ସାମି ଇତିହାସ ରଚିଛନ୍ତି । ଚେତନ ଶର୍ମାଙ୍କ ପରେ2ୟ ଭାରତୀୟ ଭାବେ ମହମ୍ମଦ ସାମି ବିଶ୍ବକପ୍‌ରେ ହ୍ୟାଟ୍ରିକ ନେଇଛନ୍ତି । ତେବେ ଏହି ରେକର୍ଡ ମହେନ୍ଦ୍ର ସିଂ ଧୋନୀଙ୍କ ଯୋଗୁଁ ହାତଥିବା ସାମି କହିଛନ୍ତି ।

wordcup
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BCCI
ସାମି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅନ୍ତିମ ଓଭରରେ 2ଟିବଲ୍‌ରେ 2ଟି ଓ୍ବିକେଟ ନେଲା ପରେ ମାହି ଭାଇ ମୋତେ ପରାମର୍ଣ ଦେଇଥିଲେ, ଏବେ କିଛି ପରିବର୍ତ୍ତନ କର ନାହିଁ । ତମ ପାଖରେ ହ୍ୟାଟ୍ରିକ ଓ୍ବିକେଟ ନେବାର ସୁଯୋଗ ରହିଛି । ତମେ ୟର୍କର ପକାଅ । ତେଣୁ ମାହି ଭାଇଙ୍କ କଥା ମାନି ମୁଁ ୟର୍କର ପକାଇଥିଲି । ଏଥିସହ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ତିମ ଓଭରରେ କିଛି ଭାବିବା ପାଇଁ ସମୟ ନଥିଲା । ନିଜର ଦକ୍ଷତା ଅନୁସାରେ ଖେଳିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନଥାଏ । ଏହି ସମୟରେ କିଛି ଭିନ୍ନତା ଆପଣାଇଲେ ଅଧିକ ରନ୍‌ ହେବାର ସମ୍ଭାବନା ଅଧିକ ଥାଏ ।

ଅନ୍ତିମ ଏକାଦେଶରେ ସାମିଲ ହେବା ପରେ ଏହାର ଭରପୁର ସୁଯୋଗ ନେବି ବୋଲି ଭାବିଥିଲି । ବିଶ୍ବକପ୍‌ରେ ହ୍ୟାଟ୍ରିକ ନେବା ଏକ ଦୁର୍ଲଭ ରେକର୍ଡ । ଏହି କୀର୍ତ୍ତିମାନ ଉପଲବ୍ଧି କରି ଖୁସି ଥିବା ସାମି କହିଛନ୍ତି ।

ସୂଚନାଥାଉକି, ଅନ୍ତିମ ଓଭରରେ ସାମି ବୋଲିଂ କରି 3ୟ, 4ର୍ଥ ଓ 5ମ ବଲ୍‌ରେ କ୍ରମାଗତ ଭାବେ ମହମ୍ମଦ ନବି, ଆଫତାବ ଆଲମ ଓ ମୁଜିବ ଉର ରେହମାନଙ୍କ ଓ୍ବିକେଟ ନେଇ ସାମି ନିଜର ଏକଦିବସୀୟ କ୍ୟାରିଅରରେ ପ୍ରଥମ ହ୍ୟାଟ୍ରିକ ଓ୍ବିକେଟ ହାସଲ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.