ETV Bharat / briefs

ବିଶ୍ବକପ: ଲୁଙ୍ଗି ଏନଗିଡିଙ୍କ କମବ୍ୟାକ

author img

By

Published : Jun 18, 2019, 4:49 PM IST

Updated : Jun 18, 2019, 5:01 PM IST

କିଓ୍ବି ଟିମ୍ ବିପକ୍ଷ ମ୍ୟାଚରେ ଦ.ଆଫ୍ରିକାର ବୋଲର ଲୁଙ୍ଗି ଏନଗିଡି ପ୍ରତ୍ୟାବର୍ତ୍ତନ କରିବେ ବୋଲି ସବୁଜ ସଙ୍କେତ ଦେଇଛନ୍ତି । 2 ଜୁନରେ  ବାଲାଂଦେଶ ବିପକ୍ଷରେ ମ୍ୟାଚ ଖେଳିବା ସମୟରେ ସେ ଆହତ ହୋଇଥିଲେ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଦ.ଆଫ୍ରିକା ଟିମ୍‌ ଓ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆହତ ଯୋଗୁଁ ଟିମ୍‌ର ଷ୍ଟାର ଦ୍ରୁତ ବୋଲର ଲୁଙ୍ଗି ଏନଗିଡି ଦଳରୁ ବାଦ୍‌ ପଡିଥିଲେ । କିନ୍ତୁ ବର୍ତ୍ତମାନ ସେ ଏକଦମ୍‌ ଫିଟ୍‌ ଥିବା ଖୋଦ ଲୁଙ୍ଗି କହିଛନ୍ତି । କ୍ରିକେଟ ମହାକୁମ୍ଭରେ 2ଜୁନରେ ବାଲାଂଦେଶ ବିପକ୍ଷରେ ମ୍ୟାଚ ଖେଳିବା ସମୟରେ ସେ ଆହତ ହୋଇଥିଲେ । ଫଳରେ ମ୍ୟାଚ ଅଧାରୁ ଗ୍ରାଉଣ୍ଡ ଛାଡିବାକୁ ପଡିଥିଲା । ଏହାପରେ ସେ ଭାରତ ବିପକ୍ଷରେ ମଧ୍ୟ ମ୍ୟାଚ ଖେଳି ନଥିଲେ ।

injure
ଫଟୋ ସୌଜନ୍ଯ:ସୋସିଆଲ ମିଡିଆ@ICC

23ବର୍ଷୀୟ ଲୁଙ୍ଗି କହିଛନ୍ତି ଯେ, ଖେଳ ସମୟରେ ଆହତ ହେବା ବହୁତ ଦୁଃଖଦ ଘଟଣା । କିନ୍ତୁ ସପୋର୍ଟ ଷ୍ଟାଫଙ୍କ ଯୋଗୁଁ ପ୍ରାୟତଃ ଠିକ୍‌ ହୋଇଗଲିଣି । ଖେଳି ନ ପାରୁଥିବାରୁ ବହୁତ ଚିନ୍ତା ହେଉଥିଲା । ଆଜି ମୁଁ ଫିଟନେସ ଟେଷ୍ଟରେ ପାସ କରିଛି । ଏବେ ମୁଁ ମ୍ୟାଚ ପାଇଁ 100ପ୍ରତିଶତ ଫିଟ ।

ଏବେ ନ୍ୟୁଜଲାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ଏନଗିଡି ଗ୍ରାଉଣ୍ଡକୁ ଓହ୍ଲାଇବାକୁ ପ୍ରସ୍ତୁତ । ଦ.ଆଫ୍ରିକା ଆହୁରି 5ଟି ମ୍ୟାଚ ଖେଳିବ । ଯଦି ଦଳ ଏହି ସବୁ ମ୍ୟାଚ ଜିତି ଯାଏ, ତାହେଲେ ସେମିଫାଇନାଲରେ ଏଣ୍ଟ୍ରି କରି ପାରିବ । ଡେଲ ଷ୍ଟେନ ଟିମ୍‌ରୁ ବାଦ ପଡିବା ପରେ ଲୁଙ୍ଗି ଏନଗିଡିଙ୍କ ପ୍ରତ୍ୟାବର୍ତ୍ତନ ଦଳ ପାଇଁ ଶୁଭ ସଙ୍କେତ । ତେବେ ଲୁଙ୍ଗି ଓ କଗିସୋ ରାବାଡାଙ୍କୁ ନେଇ ଦ.ଆଫ୍ରିକାର ବୋଲିଂ ୟୁନିଟ ଆହୁରି ମଜବୁତ ହୋଇଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank 

Conclusion:
Last Updated : Jun 18, 2019, 5:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.