ETV Bharat / briefs

ଲୁହା ଶିକୁଳିରେ ବନ୍ଧା ହୁଅନ୍ତି କାଳିଆସୁନା - debasnana

ଓଡ଼ିଆ ଜାତିର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ । ଅନେକ ଲୀଳାର ସମାହାର, ଅନେକ ନାମର ଅଧିକାରୀ ସେ । ଠିକ ସେହିପରି ବିଶ୍ବନିୟନ୍ତାଙ୍କ ଅନେକ ସ୍ଥାନରେ ଅନେକ ରୀତିନୀତି, ଅନେକ ପରମ୍ପରା ମଧ୍ୟ ଦେଖିବାକୁ ମିଳେ । ତୁଳସୀକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳେ ନିଆରା ପରମ୍ପରା । ଏଠି ମହାପ୍ରଭୁଙ୍କ ରଥକୁ ଶିକୁଳିରେ ବାନ୍ଧି ପୂଜା କରାଯାଏ । ଏନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା...

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jun 17, 2019, 9:30 AM IST

କେନ୍ଦ୍ରାପଡା: ଭିନ୍ନ ଏକ ପରମ୍ପରା ଦେଖାଯାଏ ଏଠାରେ । ସାରା ବିଶ୍ୱରେ ଭାବର ଠାକୁର ଭାବ ବିନୋଦିଆ ଜଗତର ନାଥ ଜଗନ୍ନାଥଙ୍କ ରଥକୁ ଦଉଡିରେ ଟଣାଯାଏ । ହେଲେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ଏକ ଉପାନ୍ତ ଅଞ୍ଚଳରେ କିଛି ଭିନ୍ନ ପରମ୍ପରା ଦେଖାଯାଏ । ପ୍ରଚଳିତ ପରମ୍ପରା ଅନୁସାରେ ରଥକୁ ଲୁହା ଶିକୁଳିରେ ଟାଣି ଥାନ୍ତି । ଆଉ ଏଠାରେ ଜଗତର ନାଥଙ୍କୁ ବାନ୍ଧିକି ପୂଜା କରାଯାଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର କାକଟପୁର ଗାଁ। ଏଠାରେ ରଥଯାତ୍ରା ପାଳନ ସମସ୍ତଙ୍କ ଠାରୁ ନିଆରା ଓ ଭିନ୍ନ। ରଥଯାତ୍ରାରେ ଜଗନ୍ନାଥଙ୍କ ରଥକୁ ଲୁହା ଚେନରେ ଟଣାଯାଏ। କେବଳ ସେତିକି ନୁହେଁ, ବର୍ଷ ତମାମ ଭାବ ବିନୋଦିଆ କାଳିଆ ସାଆନ୍ତଙ୍କୁ ବନ୍ଧାଯାଇ ରତ୍ନସିଂହାସନରେ ପୂଜା କରାଯାଇଥାଏ। ଏହାକୁ ନେଇ ମଧ୍ୟ ଏକ ଐତିହାସିକ ପୁରାଣ ଗାଥା ରହିଛି। 200 ବର୍ଷ ଆଗରୁ ଏହି ଗାଥା ରହିଥିବା କୁହାଯାଏ। ପ୍ରଥମେ ପ୍ରଭୁ ଜଗନ୍ନାଥ ଚମ୍ପାଗଡରେ ପୂଜା ପାଉଥିଲେ। ପରେ ବନ୍ଧପଡାର ଏକ ଭେଡାରେ ଲାଗିଥିଲା ରଥ। ସ୍ଥାନୀୟ ବାସୀ ଦିଅଁଙ୍କୁ ଆଣିବା ପରେ ବି ରଥ ଆପେ ଆପେ ଗଡିଚାଲିଥିଲା। ଯେଉଁଥି ପାଇଁ ରଥକୁ ବାନ୍ଧିବା ସହ ପ୍ରଭୁ ଜଗନ୍ନାଥଙ୍କୁ ବାନ୍ଧିକି ପୂଜା କରାଯାଏ ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ଲୁହା ଶିକୁଳି କାହିଁ କେତେ ବର୍ଷରୁ ରହିଛି ହେଲେ ତାହା ନଷ୍ଟ ହୋଇନାହିଁ। ଆଉ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିଶ୍ୱାସ ରହିଛି ଯେ, ଯଦି ସେମାନେ ଜଗନ୍ନାଥଙ୍କୁ ବନ୍ଦୀ ମୁକ୍ତ କରିଦେବେ ତେବେ ମହାପ୍ରଭୁ ସେମାନଙ୍କୁ ଛାଡି ଅନ୍ୟତ୍ର କୁଆଡେ ପଳାଇଯିବେ। ସେଥିପାଇଁ ମହାପ୍ରଭୁଙ୍କୁ ବାନ୍ଧି ବର୍ଷ ତମାମ ଦିଅଁଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥାନ୍ତି। ଆଉ ଏହି ପୂଜା ଓ ରଥଯାତ୍ରା ଦେଖିବାକୁ ଭକ୍ତଙ୍କ ଭିଡ ଲାଗିଥାଏ ।

ବିଶ୍ୱାସ ହେଉ ବା ଅନ୍ଧ ବିଶ୍ୱାସ। ମହାପ୍ରଭୁଙ୍କୁ ବାନ୍ଧି ପୂଜା କରିବା ଓ ରଥଯାତ୍ରାରେ ତାଙ୍କ ରଥକୁ ଲୁହା ଶିକୁଳିରେ ଟାଣିବା ପରି ଏକ ପରମ୍ପରାକୁ ନେଇ ବେଶ ଖୁସି ଓ ଆଶ୍ୱସ୍ତି ଅନୁଭବ କରନ୍ତି ଏହି ଅଞ୍ଚଳବାସୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.