ETV Bharat / briefs

ଜମି ବିବାଦ ଓ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ, ଭାଇକୁ ହାଣିଲା ଭାଇ - black magic

ଦୁଇ ସମ୍ପର୍କୀୟ ଭାଇଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଟାମ୍ପରଗଡ଼ ପଞ୍ଚାୟତ ତଳିମାଲ ଗାଁର ବିଳାସନ ମୁଣ୍ଡା (28) । 2 ସମ୍ପର୍କୀୟ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିବାବେଳେ ପ୍ରଶାନ୍ତ ମୁଣ୍ଡା ଓ ତାଙ୍କ ନାବାଳକ ଭାଇ ତାଙ୍କର ପିଉସା ପୁଅ ଭାଇଙ୍କୁ ଟାଙ୍ଗିଆରେ ହାଣି ଗାଁ ଦାଣ୍ଡରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

murder
ଜମି ବିବାଦ ଓ ଗୁଣି ଗାରେଡ଼ି ସନ୍ଦେହରେ ସଂମ୍ପର୍କୀୟ ଭାଇକୁ ହାଣିଲେ
author img

By

Published : Jun 18, 2020, 11:59 AM IST

ସମ୍ବଲପୁର: ଗୁଣି ଗାରେଡ଼ି ସନ୍ଦେହକୁ ନେଇ ରାଜ୍ୟରେ ହତ୍ୟାକାଣ୍ଡ କମିବା ଅପେକ୍ଷା ଏବେ ବଢି ବଢି ଚାଲିଛି । ଯାହାକି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଓ ପୁଲିସ ପାଇଁ ଏବେ ଚ୍ୟାଲେଞ୍ଜ୍ ହୋଇ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଯୁଜୁମୁରା ଥାନା ଅଞ୍ଚଳରେ । ଦୁଇ ସମ୍ପର୍କୀୟ ଭାଇଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଟାମ୍ପରଗଡ଼ ପଞ୍ଚାୟତ ତଳିମାଲ ଗାଁର ବିଳାସନ ମୁଣ୍ଡା (28) ।

ଜମି ବାଡ଼ି ବିବାଦକୁ ନେଇ 2 ସମ୍ପର୍କୀୟ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିବାବେଳେ ପ୍ରଶାନ୍ତ ମୁଣ୍ଡା ଓ ତାଙ୍କ ନାବାଳକ ଭାଇ ତାଙ୍କର ପିଉସା ପୁଅ ଭାଇଙ୍କୁ ଟାଙ୍ଗିଆରେ ହାଣି ଗାଁ ଦାଣ୍ଡରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଅଭିଯୁକ୍ତଙ୍କ ଜଣେ ଭଉଣୀ ଦୀର୍ଘ ଦିନ ହେଲା ଅସୁସ୍ଥ ରହୁଥିଲେ। ତେଣୁ ତାଙ୍କ ଭଉଣୀ ସହିତ ଗୁଣିଗାରେଡି କରିଥିବାର ସନ୍ଦେହ କରି ଅଭିଯୁକ୍ତ 2 ଭାଇ ଏହି ହତ୍ୟା କରିଥିବାର ଗାଁରେ ଚର୍ଚ୍ଚା ହେଉଛି।

ଏନେଇ ଦୁଇ ଅଭିଯୁକ୍ତଙ୍କୁ ଯୁଜୁମୁରା ଥାନାରେ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.