ETV Bharat / briefs

ଜୈଶ୍ ସକ୍ରୀୟ, ନୂଆ ଠିକଣାରେ ନୂଆ ଲଞ୍ଚ ପ୍ୟାଡ - activated

ଏକ ନୂଆ ଠିକଣାରେ ଲଞ୍ଚ ପ୍ୟାଡକୁ ସକ୍ରୀୟ କରିଛି ଆତଙ୍କବାଦୀ ସଙ୍ଗଠନ ଜୈଶ୍-ଏ-ମହମ୍ମଦ । ସୂଚନା ଦେଲେ ଆଣ୍ଟି ଟେରୋରିଷ୍ଟ ଅଫିସର ଓ ଜମ୍ମୁ କାଶ୍ମୀରର ଜଣେ ବରିଷ୍ଠ ପୋଲିସ ଅଧିକାରୀ।

ଫଟୋ ସୌଜନ୍ୟ : ଫାଇଲ ଫଟୋ
author img

By

Published : Apr 16, 2019, 4:59 PM IST

ନୂଆଦିଲ୍ଲୀ: ଢେର କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରୀୟ ହୋଇଉଠିଛି ଆତଙ୍କୀ ସଙ୍ଗଠନ ଜୈଶ୍-ଏ-ମହମ୍ମଦ। ନିୟନ୍ତ୍ରଣ ରେଖା (ଏଲଓସି)ର ନିକଟବର୍ତ୍ତୀ ପାକିସ୍ତାନ ସୀମା ଭିତରେ ଏକ ନୂଆ ଠିକଣାରେ ଜୈଶ ନୂଆ ଲଞ୍ଚ ପ୍ୟାଡ ଖୋଲିଛି । ଫଳରେ ଏହି ଆତଙ୍କୀ ସଙ୍ଗଠନ ନୂତନ ଲଞ୍ଚ ପ୍ୟାଡରେ ଆତଙ୍କୀଙ୍କୁ ତାଲିମ ପ୍ରଦାନ କରି ଭାରତ ମଧ୍ୟରେ ଅନୁପ୍ରେବେଶ ପାଇଁ ପ୍ରେରଣ କରିବ। ଏ ସମ୍ପର୍କରେ ଆତଙ୍କବାଦ ନିରୋଧୀ ଅଫିସର ଓ ଜମ୍ମୁ କାଶ୍ମୀରର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଏପଟେ ଘାଟିରେ ଭାରତୀୟ ସେନା ଏନକାଉଣ୍ଟର ପରେ ଏନକାଉଣ୍ଟର ଲଞ୍ଚ କରି ଜୈଶର ଟପ୍ କମାଣ୍ଡରଙ୍କୁ ନିପାତ କରୁଥିବାରୁ ଏହି ଆତଙ୍କୀ ସଂଗଠନର ଏବେ ନୂଆ ଲଞ୍ଚ ପ୍ୟାଡ ହଠାତ ସକ୍ରୀୟ ହୋଇଉଠିଥିବା ସନ୍ଦେହ କରାଯାଉଛି। ଅଧିକାରୀଙ୍କ କହିବାନୁଯାୟୀ, ପାକିସ୍ତାନରେ ଜୈଶର ଶକ୍ତି ଏବଂ କ୍ଷମତାରେ ବୃଦ୍ଧି କରିବା ପାଇଁ ମଧ୍ୟ ଏଭଳି କରାଯାଇଥିବ।

ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନା ଜୈଶର ଡିଭିଜନାଲ କମାଣ୍ଡର କାମରାନକୁ ଫେବୃଆରୀ ୧୮ରେ ଏନକାଉଣ୍ଟରରେ ନିହତ କରିଥିଲା । ରିପୋର୍ଟ ଅନୁସାରେ ଏହି ଆକ୍ରମଣ ପରେ ପାକିସ୍ତାନ ନିଜ ଲଞ୍ଚ ପ୍ୟାଡକୁ ମଧ୍ୟ ନିୟନ୍ତ୍ରଣ ରେଖା ନିକଟରୁ ହଟାଇ ଦେଇଥିଲା । ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଯେଭଳି ପୁନର୍ବାର ନ ହେବ, ସେଥିପାଇଁ ଭୟରେ ପାକିସ୍ତାନ ଲଞ୍ଚ ପ୍ୟାଡକୁ ହଟାଇଥିଲା । ପ୍ରକାଶ ଯେ, ଆଗାମୀ ଦିନରେ ଜୈଶ ଘାଟିରେ ହିଂସା ଭିଆଇବା ପାଇଁ ଯୋଜନା କରୁଥିବା ସୂଚନା ରହିଛି।

Intro:Body:

fgdgf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.