ETV Bharat / briefs

ରଥଯାତ୍ରା ପ୍ରସାରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି - LIVE TELICAST

ଜଗନ୍ନାଥଙ୍କ ଘୋଷଯାତ୍ରାର ସିଧାପ୍ରସାରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା 10ତାରିଖ ସୁଦ୍ଧା ଆଗ୍ରହି ସଂସ୍ଥା ଦାଖଲ କରିବେ ବିଡ ପେପର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jun 8, 2019, 11:39 PM IST

ପୁରୀ: ଆଉ କିଛିଦିନ ପରେ ଆରମ୍ଭ ହେବ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଶ୍ରୀକ୍ଷେତ୍ରରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇଥିବା ବେଳେ ଏବେ ମହାପ୍ରଭୁଙ୍କ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଟେଣ୍ଡର ଆହ୍ବନ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଯେଉଁ ସଂସ୍ଥା ଟେଣ୍ଡର ପାଇବ ସେହି ସଂସ୍ଥା ସ୍ନାନ ପୂର୍ଣ୍ଣୀମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପ୍ରସାରଣ କରିବ । ଅନ୍ୟମାନେ ସଂପୃକ୍ତ ସଂସ୍ଥା ଠାରୁ ଫିଡ ନେବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବିଦ୍ଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି । ଆସନ୍ତା 10 ତାରିଖ ଅପରାହ୍ନ 4:30 ସୁଦ୍ଧା ଆବେଦନ ସହ ବିଡ଼ ପେପର ଦାଖଲ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି ।

ଏହାସହ ସେହିଦିନ 4:45ରେ ବିଡ ଦାଖଲ କରିଥିବା ସଂସ୍ଥାର ଅଧିକାରୀଙ୍କ ଉପସ୍ଥିତିରେ ଖୋଲାଯିବ । ଯୋଗ୍ୟ ପ୍ରସାରଣକାରୀ ସଂସ୍ଥା ଟେଣ୍ଡର ପାଇବା ମାତ୍ରେ ଆବଶ୍ୟକ ଅର୍ଥ ଜମା କରିବ ।

ଏହାସହ ଦୂରଦର୍ଶନକୁ ମାଗଣାରେ ଫିଡ ଦେବ । ତେବେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଚାହିଁଲେ କମ ବିଡ ଦାଖଲ କରିଥିବା ସଂସ୍ଥାକୁ ମଧ୍ୟ ପ୍ରସାରଣ ଅଧିକାର ଦେଇପାରିବ । ବିଡ ଦାଖଲ କରୁଥିବା ସଂସ୍ଥା ଅତିକମରେ ପାଞ୍ଚବର୍ଷର ପ୍ରସାରଣ କରିବାର ଅଧିକାର ରଖିଥିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.