ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତର ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ପୁଣି ଟାର୍ଗେଟ କରିଛନ୍ତି। ପାକିସ୍ତାନର ବାଲାକୋଟରେ ହୋଇଥିବା ଭାରତର ଏୟାର ଷ୍ଟ୍ରାଇକକୁ ନିନ୍ଦା କରିବା ସହ ଏହା ନିର୍ବାଚନମୁଖୀ ଥିଲା ବୋଲି କହିଛନ୍ତି। ଏହାସହ ନିର୍ବାଚନରେ ଜିତିବା ପାଇଁ ପାକିସ୍ତାନରେ ଆଉ ଏକ ଆଟାକ୍ ମୋଦି ସରକାର କରିପାରନ୍ତି ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ପୁଲୱାମା ଆଟାକ୍ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ବାଲାକୋଟ୍ ସ୍ଥିତ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଶିବିରରେ ଏୟାର ଷ୍ଟ୍ରାଇକ ହୋଇଥିଲା। ଏହାପର ଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଏହାକୁ ନେଇ ପାକ୍ ପ୍ରଧାନମନ୍ତ୍ରୀ ଭୀତ ଥିବା ସହିଛନ୍ତି। ଏଥିପାଇଁ ସେ ମୋଦିଙ୍କୁ ଦାୟୀ କରି କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଆଣିବାରେ ମୋଦି ସରକାର ଦାୟୀ । ଏବେ ମଧ୍ୟ ଦୁଇ ଦେଶ ଉପରେ ଯୁଦ୍ଧର କଳାବାଦଲ ଢାଙ୍କି ରହିଛି ।
ତେବେ ଭାରତରେ ଲୋକସଭା ନିର୍ବାଚନ ହେଉଥିବାବେଳେ ଏହା ଆଉ ଏକ ଆକ୍ରମଣ ଆଶଙ୍କା କରିଛନ୍ତି ସେ ।ନିର୍ବାଚନ ପାଇଁ ଉଭୟ ଭାରତ ଏବଂ ପାକିସ୍ତାନରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ । ଆଉ ନିର୍ବାଚନ ଜିତିବା ପାଇଁ ତଥା ଭୋଟରଙ୍କ ମନ କିଣିବା ପାଇଁମୋଦି ପୁଣିଥରେ ପାକିସ୍ତାନ ବିରୋଧରେ ଆଉ ଏକ ଦୁଃସାହସିକ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ଇମ୍ରାନ ଆଶଙ୍କା କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ