ETV Bharat / briefs

‘ମୋଦି ହାୱା ଜୋରଦାର ବହୁଛି, ମଥୁରାର ବିକାଶ ମୁଁ କରିଛି’

ହେମା କହିଛନ୍ତି ଯେ ମଥୁରାରେ ଯେତେ ବିକାଶ ହୋଇଛି ସେସବୁ ସେ କରିଛନ୍ତି। ସହରକୁ ସେ 250 ଥର ଗସ୍ତ କରିଛନ୍ତି । ସହରବାସୀ ତାଙ୍କୁ ଭଲ ପାଆନ୍ତି।

author img

By

Published : Apr 18, 2019, 1:04 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ: ଟ୍ବିଟର@ଏଏନଆଇ

ମଥୁରା: ବିଜେପିର ମଥୁରା ସାଂସଦ ପ୍ରାର୍ଥିନୀ ତଥା ଅଭିନେତ୍ରୀ ହେମା ମାଳିନୀ ବିରୋଧୀଙ୍କୁ ଜୋରଦାର ଆଟାକ୍‌ କରିଛନ୍ତି । ଆଜି ଭୋଟ୍‌ ଦେବା ପରେ ସେ କହିଛନ୍ତି ଯେ ମଥୁରାରେ ମୋଦି ହାୱା ଖୁବ୍‌ ଜୋରରେ ବୋହୁଛି । ଏଥର ପୁଣି ବିଜେପି ସରକାର ଆସିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ: ଟ୍ବିଟର@ଏଏନଆଇ

ହେମା କହିଛନ୍ତି ଯେ ମଥୁରାରେ ଯେତେ ବିକାଶ ହୋଇଛି ସେସବୁ ସେ କରିଛନ୍ତି । ସହରକୁ ସେ 250 ଥର ଗସ୍ତ କରିଛନ୍ତି । ସହରବାସୀ ତାଙ୍କୁ ଭଲ ପାଆନ୍ତି । ବିରୋଧୀ ଆସନରେ ବସି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି କେବଳ ପରସ୍ପର ଭିତରେ ଝଗଡା କରୁଛନ୍ତି। ମୋଦିଙ୍କ ଉତ୍ତମ କାର୍ଯ୍ୟ ସେମାନଙ୍କୁ ପସନ୍ଦ ଆସୁନାହିଁ ବୋଲି ତାଙ୍କ ବିରୋଧରେ କହୁଛନ୍ତି।

ତେବେ ମଥୁରାରେ ବିକାଶକୁ ବିରୋଧୀ ଅଟକାଇପାରିବେ ନାହିଁ । ଏଠାରେ ଆହୁରି ଅନେକ କାର୍ଯ୍ୟ କରିବାର ଅଛି ବୋଲି ସେ କହିଛନ୍ତି। ଏହାସହ ହେମା କହିଛନ୍ତି ଯେ ମଥୁରାରେ ମୋଦି ହାୱା ଖୁବ୍‌ ଜୋରରେ ବୋହୁଛି। ଏଥର ମଧ୍ୟ ବିଜେପି ସରକାର ଜିତିବା ନେଇ ସେ ଦୃଢ ଆଶାବାଦୀ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ହେମା 2014ରେ ଏଠାରେ ବିଜେପି ଟିକେଟ୍‌ରେ ସାଂସଦ ହୋଇଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.