ଭବାନିପାଟଣା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ନ ପ୍ରଭାବ । ସୂର୍ଯ୍ୟଦେବଙ୍କ କୋପରେ ଅସ୍ତବ୍ୟସ୍ତ ଜନଜୀବନ । ଆକାଶରୁ ବର୍ଷୁଛି ନିଆଁ ଜ୍ବାଳା । ଏହାରି ପ୍ରଭାବରେ ସାଧାରଣ ଜୀବନ ଏକ ପ୍ରକାର ଠପ । ଗତ କିଛିଦିନ ଧରି କଲାହାଣ୍ଡିରେ ପାରା 44' ଉପରେ । ଫଳରେ ଲୋକେ ଖରାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଥଣ୍ଡା ଖାଦ୍ୟଓ ପାନୀୟ ସହ ଦୋକାନରେ ଗହଳି ଲଗାଉଛନ୍ତି ।
ସମଗ୍ର କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପରେ ଲୋକେ ତ୍ରାହିତ୍ରାହି ଡାକୁଥିବା ବେଳେ ଏଥିରେ ତାଳଦେଇଛି ଲୋକଙ୍କର ସମସ୍ୟା ବଢାଉଛି ଘଣ୍ଟାଘଣ୍ଟା ଧରି ବିଜୁଳି କାଟଓ ଲୋ ଭୋଲଟେଜ ସମସ୍ୟା । ଲୋକଙ୍କ ଘରେ ପଙ୍ଖା ଝୁଲୁଛି, ଲାଇଟ ଲାଗିଛି କିନ୍ତୁ ଲୋକେ ଗରମରେ ଅତିଷ୍ଠ ହୋଇପଡୁଛନ୍ତି । ସମଗ୍ର ଭବାନିପାଟଣା ସହର ସକାଳ 10ଟାରୁ ସଂଧ୍ୟା ଯାଏଁ ହୋଇପଡୁଛି ଶୂନଶାନ । ସେପଟେ ଜିଲ୍ଲାରେ ଅଶୁଂଘାତ ମୁକାବିଲା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ।
ସୂର୍ଯ୍ୟଦେବଙ୍କ କୋପ କେବେ କମିବ କେବେ ଟିକିଏ ଉତ୍ତପ୍ତ କଳାହାଣ୍ଡି ଥଣ୍ଡା ପଡିବ ଲୋକେ ତାକୁ ଚାହିଁ ବସିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ