ETV Bharat / briefs

ମୌଳିକ ସୁବିଧାରୁ ବଞ୍ଚିତ ଚଲଣାପଡା ଗାଁ - villagers

ସ୍ବାଧୀନତାର 72ବର୍ଷ ପରେ ବି ଖୋର୍ଦ୍ଧା ଜିଲ୍ଲା ଚଲଣାପଡା ଗାଁରେ ଅପହଞ୍ଚ ମୌଳିକ ସୁବିଧା । ଗାଁରେ ନା ଅଛି ଭଲ ନା ପାନୀୟ ବ୍ୟବସ୍ଥା । ଏମିତି ପରିସ୍ଥିତିରେ ଗାଁରେ ଭଲ ରାସ୍ତାଟିଏ ପାଇଁ ନିଜେ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । ସେପଟେ ଗାଁର ମୌଳିକ ସୁବିଧା ପ୍ରତି ପ୍ରାଥମିକତା ଭାବେ ଦୃଷ୍ଟି ଦିଆଯିବ ବୋଲି ନୂତନ ଭାବେ ଦାୟିତ୍ବ ନେଇଥିବା ଜିଲ୍ଲାପାଳ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 28, 2019, 3:07 PM IST

ଖୋର୍ଦ୍ଧା: ଗାଁ ଗାଁରେ ପହଞ୍ଚିବ ବିକାଶ । ଏଥିପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ହେଲେ ଏହି ସବୁ ସରକାରୀ ଯୋଜନାର ବାସ୍ତବିକତାର ପ୍ରମାଣ ଦେଉଛି ଖୋର୍ଦ୍ଧା ଜିଲ୍ଲା କଳାଙ୍ଗ ପଞ୍ଚାୟତର ଚଲଣାପଡା ଗାଁ । ରାଜଧାନୀଠାରୁ ମାତ୍ର 60 କିମି ଦୂରରେ ଥିବା ଏହି ଗାଁକୁ ଅଛି ନା ରାସ୍ତା ନା ପାଣିର ବ୍ୟବସ୍ଥା । ଗାଁରେ ଭଲ ରାସ୍ତାଟିଏ ନଥିବାରୁ ରୋଗୀ ସେବା ପାଇଁ ଗାଁକୁ ଆମ୍ବୁଲାନ୍ସଟିଏ ଆସିପାରେ ନାହେଁ । ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥାଏ । ଏମିତି ପରିସ୍ଥିତିରେ ଗାଁରେ ଭଲ ରାସ୍ତାଟିଏ ପାଇଁ ନିଜେ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏହାଛଡା ଗ୍ରାମବାସୀଙ୍କ ପାଇଁ ପାଣି ଆଉ ଏକ ମୁଖ୍ୟ ସମସ୍ୟା ପାଲିଟିଛି । ଗାଁରେ ନା ଅଛି କୂଅ ନା ପୋଖରୀ । ସେଠାରେ ଥିବା ଗୋଟିଏ ମାତ୍ର ନଳକୂପ 150ରୁ ଊର୍ଦ୍ଧ୍ବ ଲୋକଙ୍କ ଶୋଷ ମେଣ୍ଟାଇବା ସହ ଗାଧୁଆ ଓ ଅନ୍ୟାନ୍ୟ କାମ ପାଇଁ ଏହି ପାଣିର ବ୍ୟବହାର କରିଥାନ୍ତି । ସେହିପରି ଗାଁ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ନକହିବା ଭଲ । କୁନି କୁନି କୋମଳମତି ପିଲାଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ ଏଠାରେ ।

ଜଙ୍ଗଲ ଘେର ଏହି ଗାଁ ସରକାରଙ୍କ ଦୃଷ୍ଟି ଆଡୁଆଳରୁ ବଞ୍ଚିଯାଇଥିବାବେଳେ ଏପରି ଏକ ଗାଁକୁ ସନ୍ଧାନ କରି ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା ଇଟିଭି ଭାରତ । ଏହା ପରେ ଖୁବ୍ ଶୀଘ୍ର ଏହି ଗାଁ ପ୍ରତି ଦୃଷ୍ଟି ଦେବେ ବୋଲି ବ୍ଲକ ଅଧ୍ୟକ୍ଷ କହିଛନ୍ତି । ସେପଟେ ଗାଁର ମୌଳିକ ସୁବିଧା ପ୍ରତି ପ୍ରାଥମିକତା ଭାବେ ଦୃଷ୍ଟି ଦିଆଯିବ ବୋଲି ନୂତନ ଭାବେ ଦାୟିତ୍ବ ନେଇଥିବା ଜିଲ୍ଲାପାଳ କହିଛନ୍ତି ।

ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟିରୁ ବଞ୍ଚିଯାଇଥିବା ଏହି ଜଙ୍ଗଲ ଘେରରେ ଥିବା ଗ୍ରାମବାସୀ କେବେ ସରକାରୀ ଯୋଜନାର ଅନ୍ତର୍ଭୁକ୍ତ ହେବେ ତାହା ଦେଖିବାକୁ ବାକି ରହିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ମୌଳିକ ସୁବିଧାରୁ ବଂଚିତ ଗାଁ ଚଲଣାପଡା

ଆଙ୍କର : ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କଳାଙ୍ଗ ପଂଚାୟତର ଚଲଣାପଡା ଗାଁ । ସବୁଠାରୁ ବଡ଼ କଥା ହେଲା ଏଯାଏଁ ବ୍ଲକ ପ୍ରଶାସନ ଗାଁ ଟିକୁ ଜାଣି ନଥିବା ବେଳେ ଏପରି ଏକ ଅବହେଳିତ ଗାଁ ଈଟିଭି ଭାରତ ତାଙ୍କ ଦୃଷ୍ଟିକୁ ଆଣିପାରିଛି । ଯେଉଁଠି ଗାଁ କୁ ନା ଅଛି ରାସ୍ତା ନାଁ ଅଛି ପାଣିର ବ୍ୟବସ୍ଥା । ଶିକ୍ଷାର ବ୍ୟବସ୍ଥା ନଥିବା ବେଳେ କୁନି କୁନି ପିଲାଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ଟିଏ ମଧ୍ୟ ନାହିଁ ଏହି ଗାଁରେ । ଆଉ ଏବେ ନିଜ ପାଇଁ ଗୋଟେ ଭଲ ରାସ୍ତା ନିର୍ମାଣରେ ଅଂଟା ଭିଡିଛନ୍ତି ଗାଁ ଲୋକେ ।

Body:ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଦୃଷ୍ଟି ଆଢୁଆଳରେ ଚଲଣାପଡା ଗାଁ । ଏଯାଏଁ ଏହି ଗାଁରେ ପହଂଚି ପାରିନାହିଁ ସରକାରଙ୍କ ସାଧାରଣ ମୌଳିକ ସୁବିଧା । ଗାଁର ମୁଖ୍ୟ ସମସ୍ୟା ରାସ୍ତା , ଦୀର୍ଘ ଦୁଇ କିଲୋମିଟର ଆବୁଡା ଖବୁଡା ରାସ୍ତାରେ ଯିବାକୁ ପଡେ ଏହି ଗାଁକୁ । ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଯାଇପାରେ ନାହିଁ ଏହି ଗାଁକୁ । ଆଉ ଏବେ ଗାଁ ଲୋକ ମିଳିମିଶି ପ୍ରଶାସନ ଉପରେ ଭରସା ନକରି ନିଜେ ନିଜେ ଗାଁ ପାଇଁ ରାସ୍ତା ନିର୍ମାଣରେ ଲାଗିପଡିଛନ୍ତି । ଏହାଛଡା ଆଉ ଏକ ବଡ଼ ସମସ୍ୟା ହେଉଛି ପାଣି ସମସ୍ୟା । ଗାଁରେ ନାହିଁ କୂଅ କି ଗାଧୋଇବା ପାଇଁ ପୋଖରୀ । ଗୋଟିଏ ମାତ୍ର ନଳକୂପ ଉପରେ ନିର୍ଭର କରନ୍ତି ଗାଁର 150ରୁ ଉର୍ଦ୍ଧ୍ବ ଲୋକ । ଗାଧୁଆ ଠାରୁ ପାନୀୟଜଳ ପର୍ଯ୍ୟନ୍ତ ସବୁ ଏହି ନଳକୂପ ଉପରେ । ଶିକ୍ଷା ସମସ୍ୟା ନକହିବା ଭଲ । ଗାଁର ଅନେକ ପିଲା ପାଠପଢ଼ାରୁ ବଂଚିତ । କୁନି କୁନି କୋମଳମତି ପିଲାଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରଟିଏ ନାହିଁ ଏହି ଗାଁରେ ।

ବାଇଟ 1- ଶଶୀମଣୀ ସ୍ୱାଇଁ,ଗ୍ରାମବାସୀ
2-ଅମିନ ବରାଡ଼, ଗ୍ରାମବାସୀ
3-ଭାନୁମତି ସାହୁ,ଗ୍ରାମବାସୀ
4-ପ୍ରଶାନ୍ତ ବେହେରା,ଗ୍ରାମବାସୀ

କଳାଙ୍ଗ ପଂଚାୟତର ଏହି ଗାଁରେ ପ୍ରାୟ 70ଟି ପରିବାରର 150ରୁ ଉର୍ଦ୍ଧ୍ବ ଲୋକ ବାସ କରୁଥିବା ବେଳେ ଏଯାଏଁ ଲୋକମାନେ ସରକାରଙ୍କ ପ୍ରଦତ୍ତ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇପାରି ନାହାନ୍ତି । ତେବେ ଏପରି ଏକ ଗାଁକୁ ଈଟିଭି ଭାରତ ସନ୍ଧାନ କରି ବ୍ଲକ ପ୍ରଶାସନର ଦୃଷ୍ଟିକୁ ଆଣିଥିବାରୁ ବ୍ଲକ ଅଧ୍ୟକ୍ଷ ଗୋପାଳ ବେହେରା କହିଛନ୍ତି ଖୁବ ଶୀଘ୍ର ଏହି ଗାଁ ପ୍ରତି ଦୃଷ୍ଟି ଦେବେ ।

ବାଇଟ- ଗୋପାଳ ବେହେରା , ବୋଲଗଡ଼ ବ୍ଲକ ଅଧ୍ୟକ୍ଷ

Conclusion:ପ୍ରତି ଗାଁ ପ୍ରତି ସରକାର ସର୍ବନିମ୍ନ ମୌଳିକ ସୁବିଧା ଏହି ଚଲଣାପଡା ଗାଁ ପ୍ରତି ସତେ ଯେମିତି ଉପହାସ ପାଲଟିଛି । ଆଉ ଖୁବ ଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.