ETV Bharat / briefs

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ସୋସିଆଲ ମିଡିଆରେ ଟ୍ରମ୍ପ-ବିଡେନ ଲଢେଇ

author img

By

Published : Jul 4, 2020, 6:05 PM IST

ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ କୋରୋନା ଭାଇରସ ସଂକ୍ରମଣ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିସାରିଲେଣି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ
ଆମେରିକା ରାଷ୍ଟ୍ରପତି ନିର୍ବାଚନ

ୱାସିଂଟନ: ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ କୋରୋନା ଭାଇରସ ସଂକ୍ରମଣ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିସାରିଲେଣି । ଏଥିପାଇଁ ସୋସିଆଲ ମିଡିଆରେ ଦୁହେଁ ମୁହାଁମୁହିଁ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଉଭୟ ପ୍ରାର୍ଥୀ ଏହି ଫୋରମ୍ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି।

ଆମେରିକା ରାଷ୍ଟ୍ରପତି ନିର୍ବାଚନ
ଆମେରିକା ରାଷ୍ଟ୍ରପତି ନିର୍ବାଚନ

ଟ୍ରମ୍ପ ଫେସବୁକରେ ପ୍ରତିଦିନ ନିଜ 2 କୋଟି 80 ଲକ୍ଷ ଫ୍ୟାନ୍ସଙ୍କ ପାଇଁ 14ଟି ପୋଷ୍ଟ କରୁଥିବା ବେଳେ ବିଡେନ ନିଜ 20 ଲକ୍ଷ ଫ୍ୟାନ୍ସଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଜୋ ବିଡେନଙ୍କ ତୁଳନାରେ ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ଫଲୋୟର୍ସ ଅଧିକ । ଟ୍ରମ୍ପଙ୍କର 8 କୋଟି 24 ଲକ୍ଷ ଫଲୋୟର୍ସ ଥିବା ବେଳେ ବିଡେନଙ୍କର 64 ଲକ୍ଷ ଫ୍ୟାନ୍ସ ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମିମି ପ୍ରସ୍ତୁତ କରୁଥିବା ଓ ରାଜନୈତିକ ରୂପରେ ପ୍ରଭାବିତ କରୁଥିବା ଲୋକଙ୍କୁ ନେଇ ସେନା ପ୍ରସ୍ତୁତ କରିଛନ୍ତି । ଏହି ସମସ୍ତ ଟ୍ରମ୍ପଙ୍କ ସପକ୍ଷରେ ପ୍ରତିଦିନ ଟ୍ବିଟ କରନ୍ତି । ଗୁଗୁଲ, ୟୁଟ୍ୟୁବ ଉପରେ ବିଡେନଙ୍କ ତୁଳନାରେ ଟ୍ରମ୍ପ ତିନିଗୁଣା ଅର୍ଥ ଖର୍ଚ୍ଚ କରୁଛନ୍ତି । ଅନ୍ୟପକ୍ଷେ ବିଡେନ ଓ ତାଙ୍କ ସାଥି ସୋସିଆଲ ମିଡିଆରେ ନିଜ ସେନା ପ୍ରସ୍ତୁତ କରିବାରେ ଜୋରଦାର ଲାଗିପଡିଛନ୍ତି । ଜୁନରେ ପ୍ରଥମ ଥର ବିଡେନ ଫେସବୁକରେ ବିଜ୍ଞାପନ ପାଇଁ ଟ୍ରମ୍ପଙ୍କ ଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.