ଭୁବନେଶ୍ବର: ପୁରୀରେ ସ୍ଥଳଭାଗ ଛୁଇଁଲା ଫନି । ଏହାର ପ୍ରଭାବରେ ଜିଲ୍ଲାରେ ଆରମ୍ଭ ହୋଇଛି ତାଣ୍ଡବ । ହେଲେ ଏସବୁ ଭୟ ଫିକା ପଡିଯାଇଥିଲା ନିଜ ଲୋକଙ୍କୁ ଦେଖିବାର ବ୍ୟାକୁଳତା । ସବୁ କିଛି ଭୁଲି ସକାଳୁ ସକାଳୁ ନିଜ ପରିବାର ନିକଟକୁ ବାହାରି ପଡିଥିଲେ କିଛି ଯାତ୍ରୀ ।
ପ୍ରବଳ ବର୍ଷା ଓ ପବନ ସତ୍ତ୍ବେ ଭୁବନେଶ୍ବର କଳ୍ପନାଛକ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ ଯାତ୍ରୀ । ଫନି ପାଇଁ ବସ୍ ସେବା କମି ଯାଇଛି, ତଥାପି କଳେ ବଳେ କୌଶଳେ ପରିବାର ପାଖକୁ ଯିବାକୁ ପଡିବ ବୋଲି ଜଣେ ଯାତ୍ରୀ କହିଛନ୍ତି । ବସ ନମିଳିଲେ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ କରି ଘରକୁ ଯିବି ବୋଲି ନିମାପଡା ପାଇଁ ବାହାରିଥିବା ଆଉ ଜଣେ ଯାତ୍ରୀ ମତ ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ