ETV Bharat / briefs

'ଫନି' ମାଡରେ ବେହାଲ ଶିକ୍ଷା ବିଭାଗର ଭିତ୍ତିଭୂମି - school administration

ଫନି ମାଡ଼ରେ ଭୁଶୁଡ଼ି ପଡ଼ିଛି ବିଦ୍ୟାର ମନ୍ଦିର ସ୍କୁଲ ଘର । ମାଟିରେ ମିଶିଯାଇଛି ଶିକ୍ଷା ବିଭାଗର ଭିତ୍ତିଭୂମି । ସେପଟେ ରଜଛୁଟି ପରେ ଆରମ୍ଭ ହେବାକୁ ଥିବା ନୂତନ ଶିକ୍ଷାବର୍ଷ । ଏହା ପୂର୍ବରୁ ସ୍କୁଲ ଗୁଡିକ ପୁନଃରୁଦ୍ଧାର ନକଲେ ଶିକ୍ଷା ଦାନରେ ବେଶ ବାଧା ସୃଷ୍ଟି ହେବ । ତେବେ ପୁନରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ କରୁଛି ପ୍ରଶାସନ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : May 27, 2019, 11:17 PM IST

ପୁରୀ: ଫନି ମାଡ଼ରୁ ବର୍ତ୍ତିନି ପିଲାଙ୍କ ଭବିଷ୍ୟତ । ବହିବସ୍ତାନୀ ସିନା ବର୍ତ୍ତି ଯାଇଛି, ହେଲେ ଭୁଶୁଡ଼ି ପଡ଼ିଛି ବିଦ୍ୟାର ମନ୍ଦିର ସ୍କୁଲ ଘର । କମ୍ପ୍ୟୁଟର କ୍ଲାସ ରୁମ ଠାରୁ ଆରମ୍ଭ କରି ଏନସିସି ରୁମ, ଷ୍ଟୋର ରୁମ, କ୍ଲାସ ରୁମ ଗୁଡିକର ଅବସ୍ଥା ବେହାଲ। କେବଳ ଗୋଟିଏ କି ଦୁଇଟି ସ୍କୁଲର ଅବସ୍ଥା କଥା କହୁନାହୁଁ, ପୁରୀର ଅନେକ ସ୍କୁଲ ଘରର ଅବସ୍ଥା ଏଭଳି । ଜିଲ୍ଲାରେ ଏକ ପ୍ରକାର ମାଟିରେ ମିଶିଯାଇଛି ଶିକ୍ଷା ବିଭାଗର ଭିତ୍ତିଭୂମି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ରଜ ଛୁଟି ପରେ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । କିନ୍ତୁ ଅଣ୍ଟା ସଳଖି ପାରିନି ଜିଲ୍ଲାର ଶିକ୍ଷା ବିଭାଗ । ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି ବିଦ୍ୟାମନ୍ଦିର । ଯଦି ଯୁଦ୍ଧକାଳୀନ ଭିତ୍ତିରେ ଏହାର ପୁନଃରୁଦ୍ଧାର କରାନଯାଏ ଏହା ଯେ ଶିକ୍ଷାଦାନ ଉପରେ ଗୁରୁତର ପ୍ରଭାବ ପକାଇବ ତାହା ନିଃସନ୍ଦେହରେ କୁହାଯାଇପାରେ । ସେପଟେ ସ୍କୁଲ ଗୁଡିକ ପୁନଃରୁଦ୍ଧାର ନେଇ ଯୋଜନା ପ୍ରସ୍ତୁତ କରୁଛି ପ୍ରଶାସନ।

ମହାବାତ୍ୟାର ରୂପ ନେଇ ଆସିଥିବା ଫନି ଖାଲି ପୁରୀର ଜୀବନରେଖାକୁ ଦୋହଲାଇ ଦେଇନି, ବରଂ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି । ଏବେ ଅପେକ୍ଷା କେବେ ଫେରୁଛି ସ୍କୁଲର ପୂର୍ବାବସ୍ଥା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.