ଭୁବନେଶ୍ବର: 'ଫନି'ର କରାଳ ରୂପରେ ପ୍ରଭାବିତ ଧଉଳି । ସବୁଜ ବାହିନୀରେ ପରିପୂର୍ଣ୍ଣ ଶାନ୍ତିସ୍ତୁପ ଆଜି ହରେଇଛି ନିଜ ସବୁଜିମା । ଏ ହେଉଛି ଧଉଳି ସ୍ତୁପର ପୂରବର୍ତ୍ତୀ ଓ ପରବର୍ତ୍ତୀର ଦୃଶ୍ୟ । ଫନି ତାଣ୍ଡବରେ ଥୁଣ୍ଟାମୟ ଏହି ପର୍ଯ୍ୟଟନସ୍ଥଳୀ । ସତେ ଯେମିତି ମରୁଭୂମିର ପାହାଡ ଉପରେ ଠିଆ ହୋଇଛି ଶାନ୍ତିସ୍ତୁପ ।
ଏବେ ସେହି ଧରାଶାୟୀ ଓ ଥୁଣ୍ଟା ଗଛକୁ ସଫା କରି ଯୋଗାଯୋଗ ରାସ୍ତାକୁ ସ୍ବାଭାବିକ କରୁଛି ଫାୟାର ସର୍ଭିସ ଟିମ୍ । ଫନି ପରେ ଏଯାଏ ପର୍ଯ୍ୟଟକଙ୍କ ସ୍ବରଶଦ୍ଦ ଶୁଣାଯାଉନଥିବା ବେଳେ କେବେ ଫେରିବ ଶାନ୍ତିସ୍ତୁପର ପୂର୍ବସ୍ଥିତି ତାହା ଏବେ ଅପେକ୍ଷାରେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ