ନୂଆଦିଲ୍ଲୀ: ଦେଶରେ ପୁଣିଥରେ ବହୁମତ ପାଇ ଦ୍ବିତୀୟ ଥର କ୍ଷମତାକୁ ଫେରିଥିବା ବିଜେପି ଏବେ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଯେହେତେୁ ସରକାର ବହୁମତ ପାଇ ଆସିଛନ୍ତି ସେହିଦୃଷ୍ଟିରୁ ଲୋକଙ୍କର ଆଶା ମଧ୍ୟ ବଢିଯାଇଛି । ଆଉ ସରକାର ମଧ୍ୟ ଦେଶବାସୀଙ୍କ ଆଶା ପୂରଣ ପାଇଁ କାମ ଆରମ୍ଭ କରିଦେଇଛନ୍ତି । ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଓ ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ ସାଉଥ ବ୍ଲକ ଆସି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି ।
ଏହିମନ୍ତ୍ରୀ ମାନେ ମିଳିତ ଭାବେ ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରିଥିବାରୁ ଏକ ବଡ ଯୋଜନା କିମ୍ବା କିଛି ବଡ ପଦକ୍ଷେପ ପାଇଁ ଆଲୋଚନା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।