ETV Bharat / briefs

'ଫନି' ପ୍ରଭାବ: କଟକରେ ସୁଧୁରୁଛି ବିଦ୍ୟୁତ୍ ବ୍ୟବସ୍ଥା - cuttack

ଫନି ପ୍ରଭାବରେ ପ୍ରଭାବିତ ବିଦ୍ୟୁତ୍ ସେବାକୁ ସଚଳ କରିବାକୁ ମରାମତି କାର୍ଯ୍ୟ ଚାଲିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, କଟକ
author img

By

Published : May 10, 2019, 2:29 AM IST

କଟକ: ସାମୁଦ୍ରିକ ଝଡ 'ଫନି' ବିଭୀଷିକାରୁ ବର୍ତ୍ତିପାରିନି ସିଲଭର ସିଟି । ଏହି ପ୍ରଳୟଙ୍କାରୀ ବାତ୍ୟା ପ୍ରଭାବରେ ସହରରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ବିଗିଡିଯାଇଛି । ବୃକ୍ଷ ଭାରରେ ଧରାଶାୟୀ ହୋଇଛି ଶହ ଶହ ବିଦ୍ୟୁତ୍ ଖୁଣ୍ଟ । ସତେ ଯେମିତି ଫନି ସେସୁ ବିଭାଗର ମେରୁଦଣ୍ଡକୁ ଭାଙ୍ଗି ଚାଲିଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, କଟକ

ସେସୁ ବିଭାଗ ପକ୍ଷରୁ ସେସବୁକୁ ସ୍ବଭାବିକ କରିବାକୁ ପ୍ରୟାସ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସହରକୁ 30 ପ୍ରତିଶତ ବିଦ୍ୟତ୍ ସେବାକୁ ସଚଳ କରି ଦିଆଯାଇଛି । ଦିନେ କି ଦୁଇ ଦିନ ମଧ୍ୟରେ ବାକି ଅଞ୍ଚଳ ଗୁଡିକରେ ଏହାକୁ ସଚଳ କରାଯିବା ନେଇ ଅନ୍ୟ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଛି । ଅପରପକ୍ଷେ ଜିଲ୍ଲାରେ ପାନୀୟଜଳ ବ୍ୟବସ୍ଥାକୁ ମଧ୍ୟ ସ୍ବଚ୍ଛଳ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.