ETV Bharat / briefs

ବିଡେନଙ୍କୁ ରାଷ୍ଟ୍ରପତି ପଦବୀ ପାଇଁ ଅଯୋଗ୍ୟ କହିଲେ ଟ୍ରମ୍ପ - Donald Trump calls Joe Biden incompetent

ନଭେମ୍ବରରେ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ୍ ପ୍ରାର୍ଥୀ ଆଗୁଆ ରହୁଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋ ବିଡେନଙ୍କ ଦକ୍ଷତା ଉପରେ ପୁଣି ପ୍ରଶ୍ନ କରିଛନ୍ତି।

ବିଡେନଙ୍କୁ ରାଷ୍ଟ୍ରପତି ପଦବୀ ପାଇଁ ଅଯୋଗ୍ୟ
ବିଡେନଙ୍କୁ ରାଷ୍ଟ୍ରପତି ପଦବୀ ପାଇଁ ଅଯୋଗ୍ୟ
author img

By

Published : Jul 20, 2020, 4:34 PM IST

ୱାସିଂଟନ: ନଭେମ୍ବରରେ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ୍ ପ୍ରାର୍ଥୀ ଆଗୁଆ ରହୁଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋ ବିଡେନଙ୍କ ଦକ୍ଷତା ଉପରେ ପୁଣି ପ୍ରଶ୍ନ କରିଛନ୍ତି। ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ‘ବିଡେନଙ୍କୁ ଏକ ସାକ୍ଷାତକାର ବସିବାକୁ ଦିଅ, ସେ ମମି କହି କାନ୍ଦିବେ । ସେ କହିବେ ମମି ଦୟାକରି ମୋତେ ଘରକୁ ନେଇଯାଅ।’

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ବିଡେନ ସାକ୍ଷାତକାର ଦେଇପାରିବେନି । ସେ ଏଥିପାଇଁ ଅକ୍ଷମ । ଆମେରିକାର ବାରମ୍ବାର କୋରୋନା ସଂକ୍ରମଣର ସଂଖ୍ୟା ବୃଦ୍ଧି ହେଉଥିବା ସହ ବିଡେନଙ୍କ ସମର୍ଥକ ବୃଦ୍ଧି ମଧ୍ୟରେ ଟ୍ରମ୍ପ ପୂର୍ବତନ ଉପରାଷ୍ଟ୍ରପତି ଅଯୋଗ୍ୟ ବୋଲି ଦର୍ଶାଇଛନ୍ତି ।

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରପତି ହେବା ପାଇଁ ତୀକ୍ଷ୍ନ, ବିଚକ୍ଷଣ ଓ କଠୋର ହେବାକୁ ପଡିବ ମାତ୍ର ବିଡେନ୍ ତଳ ମହଲା ଯାଏଁ ବି ଆସନ୍ତି ନାହିଁ । ପ୍ରକାଶଥାଉକି, ବିଡେନ୍ ତାଙ୍କର ନିର୍ବାଚନ ଅଭିଯାନ ଗୁଡିକୁ ସମ୍ପୁର୍ଣ୍ଣ ଭର୍ଚୁଆଲ୍ କରିଛନ୍ତି । ଟ୍ରମ୍ପଙ୍କ କୋରୋନା ଭାଇରସ ପରିଚାଳନାକୁ ସେ ତୀବ୍ର ସମାଲୋଚନା କରିଛନ୍ତି ଓ ଭାଇରସ୍ ସମ୍ବନ୍ଧୀୟ ବିମୁଦ୍ରାକରଣରୁ ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଟ୍ରମ୍ପଙ୍କ ଜିଦ୍ କାରଣରୁ ଅର୍ଥନୀତି ପଛକୁ ଫେରି ଆସୁଛି ବୋଲି ବିଡେନ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.