ETV Bharat / briefs

ଖୁବଶୀଘ୍ର ‘ଫନି’ ପ୍ରଭାବିତ ଅଞ୍ଚଳ ହେବ ସ୍ବଭାବିକ: DGP

author img

By

Published : May 10, 2019, 1:03 AM IST

ଜନସାଧାରଣଙ୍କ ଯେମିତି କିଛି ଅସୁବିଧା ନହୁଏ ସେଥିପାଇଁ ଭୁବନେଶ୍ବରରୁ ପୁରୀ ମଧ୍ୟରେ ସମସ୍ତ ପ୍ରକାରର ପଦକ୍ଷେପ ନେଇଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସାମୁଦ୍ରିକ ଘୁର୍ଣ୍ଣିଝଡ ‘ଫନି’ ରାଜ୍ୟର ଉପକୂଳକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲେ ମଧ୍ୟ ରାଜ୍ୟବାସୀଙ୍କ ମନବୋଳକୁ ଧ୍ବଂସ କରିପାରିନାହିଁ । ଫନି ଯିବାର 7ଦିନ ବିତିଯାଇଥିଲେ ମଧ୍ୟ ଫନି ପ୍ରଭାବିତ ଅଞ୍ଚଳରେ ସ୍ବଭାବିକ ଅବସ୍ଥା ଆସିନାହିଁ ସତ କିନ୍ତୁ ପୁଣିଥରେ ରାଜ୍ୟର ସ୍ଥିତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଏବେ ସବୁ ସ୍ତରରେ ଜୋରଦାର ଉଦ୍ୟମ ଜାରି ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଉ ଜନଜୀବନଙ୍କ ସୁବିଧା ପାଇଁ ଅଗ୍ନିଶମ ବିଭାଗ, ଏନଡିଆରଏଫ, ଓଡ୍ରାଫ ଓ ଓଡିଶା ପୋଲିସ ସବୁ ଶକ୍ତି ଲଗାଇ ଦେଇଛନ୍ତି । ଲୋକମାନଙ୍କର କିଛି ଅସୁବିଧା ଯେମିତି ନହୁଏ ସେଥିପାଇଁ ଭୁବନେଶ୍ବରରୁ ପୁରୀ ମଧ୍ୟରେ ସମସ୍ତ ପ୍ରକାରର ପଦକ୍ଷେପ ପୋଲିସ କରିଛି । ସେହିଭଳି ଯୁଦ୍ଧକାଳୀନ ଭିତ୍ତିରେ ଏନଡିଆରଏଫ, ଓଡ୍ରାଫ, ଓଡ଼ିଶା ପୋଲିସର ମିଳିତ ଟିମ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଗଛ କାଟିବା ସହ ଶୋଇପଡିଥିବା ବିଦ୍ୟୁତ ଖୁଣ୍ଟକୁ ରାସ୍ତାରୁ ହଟାଉଛନ୍ତି ।

ଏହାସହ ଯେତେ ଶୀଘ୍ର ସମ୍ଭବ ବିଦ୍ୟୁତ ସରବରାହ ପାଇଁ ବିଦ୍ୟୁତ କାମରେ ନିୟୋଜିତ ଥିବା କର୍ମଚାରୀ ମାନଙ୍କୁ ସହାୟତା କରୁଛନ୍ତି ମଧ୍ୟ ଏହି ସବୁ ଦଳ । ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଫନି ବିପନ୍ନ ସହରରେ 475ରୁ ଉର୍ଦ୍ଧ ଆଗ୍ନିକଙ୍କୁ ନିଯୁକ୍ତି ଦିଆଯାଇଛି । ଉକ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସେହି ଅଞ୍ଚଳରେ ଉପୁଡ଼ି ପଡ଼ିଥିବା ଗଛକୁ କାଟି ଯାତାୟାତର ବନ୍ଦୋବସ୍ତ କରୁଛନ୍ତି । ଏବଂ ବାତ୍ୟାରେ ଭାଙ୍ଗି ପଡ଼ିଥିବା ବିଦ୍ୟୁତ ପୁନରୁଦ୍ଧାର ନିମନ୍ତେ ଅଗ୍ନିଶମ ବିଭାଗର 26 ଟି ଟିମ ସେସୁକୁ ବିଦ୍ୟୁତ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ।

ଏଥିସହ ପୁରୀରେ 250 ଜଣ ଅଗ୍ନିଶମ ବିଭାଗର କର୍ମଚାରୀ କାର୍ଯ୍ୟରତ ଥିବାବେଳେ କଟକ, ଭୁବନେଶ୍ବର, ଖୋର୍ଦ୍ଦା ଓ କେନ୍ଦ୍ରାପଡାରେ 1200 କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.