ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଫନି ମୁକାବିଲା ପାଇଁ ଆଇଏଏସଙ୍କ ବ୍ୟତୀତ ସରକାର 11ଜଣ ଆଇପିଏସଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି । ପୋଲିସ ମହା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ପୋଲିସ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ଯେଉଁମାନେ ଛୁଟିରେ ଅଛନ୍ତି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହ ଯେଉଁ ଆଇପିଏସଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି ସେମାନଙ୍କୁ ତୁରନ୍ତ ସେହି ଜିଲ୍ଲାରେ ଯୋଗ ଦେବାକୁ କୁହାଯାଇଛି । ବିଭିନ୍ନ ଜିଲ୍ଲାରେ ଦାୟିତ୍ୟ ପାଇଥିବା ଆଇପିଏସ ମାନେ ହେଲେ ....
- ଶ୍ରୀ ସନ୍ତୋଷ କୁମାର ଉପାଧ୍ୟୟ - ଯାଜପୁର
- ଶ୍ରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ - ଜଗତସିଂପୁର
- ଶ୍ରୀ ବିନୟତୋଷ ମିଶ୍ର - ଭଦ୍ରକ
- ଶ୍ରୀ ଆରପି କୋଚେ - ଖୋର୍ଦ୍ଧା
- ଶ୍ରୀ ଏସକେ ପ୍ରିୟଦର୍ଶୀ - ପୁରୀ
- ଶ୍ରୀ ଅରୁଣ ବୋଥ୍ରା - କେନ୍ଦ୍ରାପଡା
- ଶ୍ରୀ ଅମିତାଭ ଠାକୁର - ଗଞ୍ଜାମ
- ଶ୍ରୀ ଘନଶ୍ୟାମ ଉପାଧ୍ୟୟ - ନୟାଗଡ
- ଶ୍ରୀ ଅମିତେନ୍ଦ୍ର ନାଥ ସିହ୍ନା - ବାଲେଶ୍ବର
- ଶ୍ରୀ ନିଖିଲ କୋନୋଡିଆ - କଟକ
- ଶ୍ରୀ ଏସକେ ଅହମ୍ମଦ - ମୟୁରଭଞ୍ଜ
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ