ETV Bharat / briefs

ମନ୍ତ୍ରିମଣ୍ଡଳରେ ସାମାନ୍ୟ ଅଦଳବଦଳ କଲେ ନବୀନ

ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣର କିଛି ସମୟ ପରେ ନବୀନ ତାଙ୍କ ଟିମକୁ ବିଭାଗ ବଣ୍ଟନ କରିଥିଲେ । ତେବେ କିଛି ସମୟ ପରେ ନବୀନ ତାଙ୍କ ଟିମରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ।

author img

By

Published : May 29, 2019, 11:53 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆଜି ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ 11ଜଣ କ୍ୟାବିନେଟ ମନ୍ତ୍ରୀ ଓ 9ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଏହାସହ ନବୀନ ତାଙ୍କ ଟିମକୁ ବିଭାଗ ବଣ୍ଟନ କରିଛନ୍ତି । ତେବେ ବିଭାଗ ବଣ୍ଟନର କିଛି ସମୟ ପରେ ପୁଣି ସାମାନ୍ୟ ଅଦଳବଦଳ କରିଛନ୍ତି ନବୀନ ।

କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଖଣି ଇସ୍ପାତ ପୂର୍ତ୍ତ ଓ ଗୃହ(ରାଷ୍ଟ୍ରପାହ୍ୟା) ବିଭାଗ ଦିଆଯାଇଥିଲା । ତେବେ ତାଙ୍କ ପାଖରୁ ଗୃହ ବିଭାଗ କାଢି ନିଆଯାଇ ଶକ୍ତି, କ୍ଷୁଦ୍ର, ଅଣୁ ଓ ମଧ୍ୟମ ଉଦ୍ୟୋଗ ବିଭାଗ ପାଇଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇଛି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଆଉ ଏକ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦିଆଯିବା ବ୍ୟବସ୍ଥାଗତ ତୃଟି ହୋଇଥିବାରୁ ପ୍ରଫୁଲ୍ଲଙ୍କ ଠାରୁ ଏହି ବିଭାଗ କାଢି ନିଆଯାଇଛି ।

ତେବେ ପୂର୍ବରୁ ପାଇଥିବା ବିଭାଗ ସହ ଗୃହରାଷ୍ଟ୍ର ବିଭାଗ ଦାୟିତ୍ବ ମଧ୍ୟ ତୁଲାଇବେ ଦିବ୍ୟଶଙ୍କର । ଏନେଇ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ସଂଶୋଧିତ ତାଳିକ ପ୍ରକାଶ ପାଇଛି ।

ଭୁବନେଶ୍ବର, ଅଜିତ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.