ଭଦ୍ରକ: ଜିଲ୍ଲାରେ ତାଣ୍ଡବ ରଚିଯାଇଛି 'ଫନି' । ନିଜ ପ୍ରଳୟଙ୍କାରୀ ରୂପରେ ଧ୍ବଂସବିଧ୍ବଂସ କରିଛି ତିହିଡି ବ୍ଲକ ଜାମପୋଡ ପଞ୍ଚାୟତ ସାମନ୍ତରାପୁର ଗ୍ରାମକୁ । ଫଳରେ ଗ୍ରାମର ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଗ୍ରାମର ଏଭଳି ସ୍ଥିତି ସମ୍ପର୍କରେ ବିଦ୍ୟୁତ ବିଭାଗ ଅବଗତ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାକୁ ସଜାଡିବାକୁ କୌଣସି ବିଦ୍ୟୁତ୍ ବିଭାଗର କର୍ମଚାରୀ ପହଞ୍ଚିନାହାଁନ୍ତି । ଯାହାର ଜଳ୍ବନ୍ତ ଚିତ୍ର ଆମ ପ୍ରତିନିଧି ଦେଖାଇବା ସହ ସ୍ଥାନୀୟ ଲୋକଙ୍କ ସହ ଏସମ୍ପର୍କରେ ଆଲୋଚନା କରିଥିଲେ ।
ଫନିର ପ୍ରଭାବରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବା ନେଇ ଏସଡିଓ ଏବଂ ଜେଇଙ୍କୁ ଜଣାଇ ଦିଆଇଯାଇଛି । ମାତ୍ର କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ କହିଛନ୍ତି । ସମାନ ଅଭିଯୋଗ ଗ୍ରାମର ୱାର୍ଡମେମ୍ବର ମଧ୍ୟ ଆଣିଛନ୍ତି । ଫଳରେ ଗ୍ରାମବାସୀ ନିଜେ ଏହାକୁ ସଜାଡିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।