ଭୁବନେଶ୍ବର: ସାମୁଦ୍ରିକ ଝଡ 'ଫନି' ପ୍ରଭାବରେ ବେହାଲ ପୁରୀ ଜିଲ୍ଲାର କୁକୁଡା ଚାଷୀ । ବିଶେଷ କରି ନିମାପଡା, ପିପିଲି, ଡେଲାଙ୍ଗ, ଗୋପ ଏବଂ କାକଟପୁରର କୁକୁଡା ଚାଷୀ ଏହାର ପ୍ରଭାବରେ ବେଶ ପ୍ରଭାବିତ ହୋଇଛନ୍ତି । ଫନିର ଏହି ତାଣ୍ଡବ କୁକୁଡା ଚାଷୀଙ୍କୁ ସତେ ଯେମିିତି ଶକ୍ତ ଧକ୍କା ଦେଇଯାଇଛି ।
ଜିଲ୍ଲାର ଅନେକ କୁକୁଡା ପବନ ମାଡରେ ମରିଯାଇଥିବାବେଳେ ଅନେକ କୁକୁଡା ଫାର୍ମ ଭାଙ୍ଗି ମାଟିରେ ମିଶିଯାଇଛି । କ୍ବିଣ୍ଟାଲ କିଣ୍ଚାଲ କୁକୁଡା ରାସ୍ତା କଡରେ ମରି ପଡିଛନ୍ତି । ଯାହାକୁ ଏବେ ପୋତିବା ପାଇଁ ଉଦ୍ୟମ ଚାଲିଛି । ତେବେ ବିକ୍ରି ହେବାକୁ ଥିବା କୁକୁଡା ଗୁଡିକ ମରିଯାଇଥିବାବେଳେ ଛୁଆ କୁକୁଡା ଗୁଡିକୁ ଶସ୍ତା ଦରରେ ବଜାରରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି ।
ଋଣ ନେଇ କୁକୁଡା ଚାଷ ଆରମ୍ଭ କରିଥିବା ଚାଷୀଙ୍କୁ ଫନି ଚିନ୍ତାରେ ପକାଇଥିବାବେଳେ ପୁଣି ଥରେ ନିଜ ବ୍ୟବସାୟକୁ ଠିଆ କରିବା ପାଇଁ ଏବେ ଚିନ୍ତା । ଏଭଳି ସ୍ଥିତିରେ ଚାଷୀଙ୍କ କ୍ଷତିରେ ଆକଳନ କରି ପ୍ରଶାସନିକ ସହାୟତା ଯୋଗାଇବାକୁ ଜଣେ କୁକୁଡା ଚାଷୀ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ