କଟକ: କମରପଦା ସୁଜିତ ବାରିକ ମୃତ୍ୟୁ ମମାଲରେ ନୂଆ ଟ୍ବିଷ୍ଟ । ଏହା ମୃତ୍ୟୁ ନୁହେଁ ଯୋଜନାଵଧ ହତ୍ୟାକାଣ୍ଡ । ଘଟଣାକୁ ବାର ଦିନ ପୁରିଥିଲେ ମଧ୍ୟ ଏଯାଏଁ ପୋଲିସ କୌଣସି ପଦକ୍ଷେପ ନେଇନି । ଯାହାକୁ ନେଇ ଆଜି ନିରପେକ୍ଷ ତଦନ୍ତ ଦାବିରେ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।
ସୂଚନା ମୁତାବକ , ଗତ ମାସ ୨୨ ତାରିଖରେ କମରପଦାର ସନ୍ତୋଷୀ ପେଟ୍ରୋଲ ପମ୍ପ ନିକଟ ପାରାଦୀପ ରାସ୍ତାରେ ସୁଜିତ ବାରିକଙ୍କୁ କ୍ଷତାକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲ ପଠାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଘଟଣାର ତଦନ୍ତ କରୁଥିବା କିଶନ ନଗର ପୋଲିସ ଏହାକୁ ଦୁର୍ଘଟଣା ରୂପଦେଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ନିଜ କାମ ସାରିଦେଇଥିଲା । ତେବେ ପରିବାର ଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ଘଟଣା ଦିନ ସୁଜିତଙ୍କୁ କିଛିଲୋକ ଫୋନ କରି ଘରୁ ଡାକିଥିଲେ ।
ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ଆଜି ପରିବାର ଓ କିଛି ସ୍ବେଚ୍ଛାସେବୀ ଏସପିଙ୍କ ନିକଟରେ ଦାବି କରିଛନ୍ତି ।
ଆଉ ଏସପି ମଧ୍ୟ ଡିଏସପି ପାହ୍ୟାର ଜଣେ ଅଫିସରଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ବ ଦେବେ ବୋଲି ପ୍ରତିଶୃତ ଦେଇଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ