ETV Bharat / briefs

ବୁର୍ଖା ପିନ୍ଧି ଭୋଟ ଦେବାରୁ କେରଳରେ ହିଂସାକାଣ୍ଡ - ଥିରୁଅନନ୍ତପୁରମ

ବୁର୍ଖା ପିନ୍ଧି ମତଦାନକୁ ନେଇ କେରଳରେ ହିଂସାକାଣ୍ଡ । ନିର୍ବାଚନକୁ ରିଙ୍ଗ ଭୋଟରୁ ମୁକ୍ତ କରିବା ପାଇଁ ସିପିଆଇ ନେତା ଦେଇଥିଲେ ଏଭଳି ବୟାନ ।

ପ୍ରତିକାତ୍ମକ ଫଟୋ
author img

By

Published : May 19, 2019, 11:20 PM IST

ଥିରୁଅନନ୍ତପୁରମ: ଶେଷ ହୋଇଛି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ମତଦାନ । ଏନେଇ କେରଳର 7ଟି ପୁଲିଙ୍ଗ ବୁଥରେ ହୋଇଥିଲା ସାନି ମତଦାନ । ରାଜ୍ୟର କନ୍ନୁର ଓ କାସରଗୌଡ ଲୋକସଭା ସିଟରେ ମତଦାନରେ ତୃଟି ପରିଲିକ୍ଷିତ ହୋଇଥିଲା । ଯେଉଁଥିପାଇଁ ନିର୍ବାଚନ ଆୟୋଗ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଏହି 7ଟି ବୁଥରେ ସାନି ମତଦାନ କରିବାପାଇଁ ଘୋଷଣା କରିଥିଲେ ।

ତେବେ ରବିବାର ଭୋଟ ଗ୍ରହଣ ସମୟରେ ବୁଥରେ ଦେଖାଦେଇଥିଲା ବିବାଦ । ସିପିଆଇ ନେତା ଓ କନ୍ନୁର ପାର୍ଟି ଜିଲ୍ଲା ସଚିବ ଏମ.ବି. ଜୟରାଜନ କହିଥିଲେଯେ, ମୁସଲିମ ମହିଳା ବୁର୍ଖା ପିନ୍ଧି ଭୋଟ ଦେବାପାଇଁ ଯାଇପାରିବେ ନାହିଁ । ଆଉ ଯେଉଁ ମହିଳା ବୁର୍ଖା ପିନ୍ଧି ଭୋଟ ଦେବା ପାଇଁ ଜିଦି କରନ୍ତି ତାହାଲେ ସେ ଫର୍ଜି ବା ସେଠାରେ ଭୋଟ ରିଗିଂ ହେଉଥିବା ମନେ କରାଯିବ । ଯେଉଁଥିପାଇଁ ବୁର୍ଖା ନପିନ୍ଧି ଭୋଟ ଦେବାପାଇଁ ସିପିଆଇ ପକ୍ଷରୁ ମହିଳାମାନଙ୍କୁ କୁହାଯାଇଥିଲା । ତେବେ ଏଥିଯୋଗୁଁ ଉକ୍ତ ବୁଥ ମାନଙ୍କରେ ପୁଣି ହିଂସା ଦେଖାଦେଇଥିଲା ।

ଶୁକ୍ରବାର ମଧ୍ୟ କନ୍ନୁର ଏକ ଜନସଭାରେ ଜୟରାଜନ କହିଥିଲେ ଯେ, ଭୋଟ ଦେବାସମୟରେ ଲାଇନରେ ଠିଆ ହୋଇଥିବା ମହିଳା ମାନେ ବୁର୍ଖା ବାହାର କରିଦେବାପାଇଁ । କେବଳ ସେହି ମହିଳାଙ୍କୁ ଭୋଟ ଦେବା ପାଇଁ ଅନୁମତି ମିଳିବ ଯେଉଁମାନେ ମୁହଁରେ କପଡା ଗୁଡାଇ ନଥିବେ । ଖାଲିସେତିକି ନୁହେଁ ସେ ଏହା ମଧ୍ୟ କହିଥିଲେ ଯେ, ଭୋଟ ଦେବା ପୂର୍ବରୁ ମହିଳା ମାନେ କ୍ୟାମେରା ଆଗରେ ଠିଆ ହେବା ଦରକାର ଯଦ୍ବାରା ସେମାନଙ୍କ ପରିଚୟ ଠିକ ଭାବେ ମିଳିପାରିବ । ତେବେ ସିପିଆଇ ନେତାଙ୍କ ଏହି ବୟାନ ପରେ କନ୍ନୁରରେ ବିବାଦ ଦେଖାଦେଇଛି ।

ତେବେ ପରିସ୍ଥିତି ଅସମ୍ଭାଳ ହେବା ଦେଖି ଜୟରାଜନ ତାଙ୍କ ମନ୍ତବ୍ୟରେ ସଫେଇ ଦେବାକୁ ଯାଇ ସେ କହିଥିଲେ ଯେ, ବୁର୍ଖା ପିନ୍ଧି ଭୋଟ ଦେବା କିଛି ଖରାପ କଥା ନୁହଁ । ସେହିଭଳି ଅନ୍ୟପଟେ ପାର୍ଟିର ରାଜ୍ୟ ସଚିବ କୋଡିୟାରୀ ବାଲାକୃଷ୍ଣନ କହିଛନ୍ତିଯେ, ବୁର୍ଖା ଡ୍ରେସକୋର୍ଡ ଭଲି ଅଟେ ସମସ୍ତ ମହିଳାଙ୍କର ସ୍ବାଧୀନତା ଅଧିକାର ଅଛିଯେ, ସେମାନେ ବିନା ଦ୍ବିଧାରେ ବୁର୍ଖା ପିନ୍ଧି ଭୋଟ ଦେଇପାରିବେ । ସେହିଭଳି ଏହି ମାମଲାରେ ସିପିଆଇ ରାଜ୍ୟ ସଚିବ କହିଛନ୍ତିଯେ, ଯଦି ପୋଲିଂ ଅଫିସର କହିବେ ତେବେ ଯାଇ ବୁର୍ଖା ବ୍ୟବହାର କରାଯିବ ନାହିଁ ନଚେତ ଏହାକୁ ବାହାର କରିବା କୌଣସି ଆବଶ୍ୟକତା ନାହିଁ ।

ଅନ୍ୟପଟେ କଂଗ୍ରେସର ଜଣେ ନେତା ଏମ.ବି ଜୟରାଜନଙ୍କ ବୟାନକୁ ଏକ ଅପମାନଜନକ ବୟାନ କହିଛନ୍ତି । ଏହି ସମ୍ବନ୍ଧରେ କେରଳର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଯେଉଁ ମହିଳା ବୁର୍ଖା ପିନ୍ଧି ମତଦାନ କରୁଛନ୍ତି ସେମାନଙ୍କୁ ଯାଞ୍ଚ କରାଯିବ । ଯେଉଁଥିପାଇଁ ଜଣେ ମହିଳା ଅଧିକାରୀଙ୍କୁ ନିୟୋଜିତ କରାଯିବ । ଯାହାଫଳରେ ଫର୍ଜି ବା ଭୋଟ ରିଗିଂକୁ ନିୟନ୍ତ୍ରଣ କରାଯାଇ ପାରିବ ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.