ETV Bharat / briefs

କୋରୋନା କଟକଣାରେ ବଢୁଛି ଅଟୋ ଭଡା, ଯାତ୍ରୀ ନିରାଶ - କୋରୋନା କଟକଣା

ମହାମାରୀର ପ୍ରଭାବ ସିଧାସଳଖ ଅଟୋ ଚାଳକଙ୍କ ଜୀବନଜୀବିକା ଉପରେ ପଡିଛି । ଲକଡାଉନ ସମୟରେ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । କେତେକ ବର୍ଗର ଲୋକଙ୍କୁ ସରକାରୀ ସହାୟତା ମିଳିଥିବା ବେଳେ ଅଟୋଚାଳକଙ୍କୁ କୌଣସି ସରକାରୀ ସହାୟତା ମିଳିଲା ନାହିଁ । ଏଭଳି ପରିସ୍ଥିତିରେ ଅଟୋ ଚାଳକଙ୍କ ଆର୍ଥିକ ମେରୁଦଣ୍ଡ ପୁରାପୁରି ଭାଙ୍ଗିଯାିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

କୋରୋନା କଟକଣାରେ ବଢିଛୁ ଅଟୋ ଭଡା, ଯାତ୍ରୀ ନିରାଶ

author img

By

Published : Sep 27, 2020, 1:40 PM IST

Updated : Sep 28, 2020, 8:02 AM IST

ସମ୍ବଲପୁର: କୋରୋନା ପ୍ରଭାବରେ କିଏ ଅବା ପେଶି ନ ହେଉଛି । ଏହା ଯୋଗୁଁ କିଏ ଜୀବିକା ହରାଇଲାଣି ତ କିଏ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି । ତେବେ ଏହି ମହାମାରୀର ପ୍ରଭାବ ସିଧାସଳଖ ଅଟୋ ଚାଳକଙ୍କ ଜୀବନଜୀବିକା ଉପରେ ପଡିଛି । ଲକଡାଉନ ସମୟରେ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ, ଅଟୋ ଚାଳକଙ୍କ ଜୀବିକା ପୁରାପୁରି ଠପ ହୋଇଗଲା । କେତେକ ବର୍ଗର ଲୋକଙ୍କୁ ସରକାରୀ ସହାୟତା ମିଳିଥିବା ବେଳେ ଅଟୋଚାଳକଙ୍କୁ କୌଣସି ସରକାରୀ ସହାୟତା ମିଳିଲା ନାହିଁ । ଏଭଳି ପରିସ୍ଥିତିରେ ଦୈନିକ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ଅଟୋ ଚାଳକଙ୍କ ଆର୍ଥିକ ମେରୁଦଣ୍ଡ ପୁରାପୁରି ଭାଙ୍ଗିଗଲା ।

କୋରୋନା କଟକଣାରେ ବଢିଛୁ ଅଟୋ ଭଡା, ଯାତ୍ରୀ ନିରାଶ

ପରେ ଅନଲକ-4ରେ ଅଟୋ ଚଳାଚଳ ଆରମ୍ଭ ହୋଇଛି ମାତ୍ର କଟକଣା ଯୋଗୁଁ ଯାତ୍ରୀ ସଂଖ୍ୟା କମିଛି । ଅନ୍ୟପଟେ ଡିଜେଲ ଓ ପେଟ୍ରୋଲ ଦର ବଢିବାରୁ ନିରୂପାୟ ହୋଇ ଅଟୋ ଚାଳକ ଯାତ୍ରୀ ଭଡା ବଢ଼େଇ ବାକୁ ବାଧ୍ୟ ହେଉଛି । ଏପରିକି ଅଟୋରେ ବସାଇବା ପୂର୍ବରୁ ଯାତ୍ରୀଙ୍କ ସହ ଭଡା ନେଇ ମୁଳ ଚାଲ ହେଉଛି । ତେବେ ଏପରି ଭଡା ବଢିବାରୁ ସମ୍ବଲପୁର ଯାତ୍ରୀମାନେ ଅସନ୍ତୋଷ ହୋଇଛନ୍ତି ଓ ଅଟୋ ଭଡା ଉପରେ ଜିଲ୍ଲା ପ୍ରଶାସନର କୌଣସି ନିୟନ୍ତ୍ରଣ ନଥିବା ଯୋଗୁଁ ମନଇଚ୍ଛା ଚାଳକମାନେ ଭଡା ବଢୋଉଥିବାର କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅନ୍ୟପଟେ ପେଟ ପାଟଣା ପାଇଁ ଅଟୋଚାଳକମାନେ ଭଡା ଅଧିକ ନେଉଥିବାର ନିଜେ ସ୍ବୀକାର କରିଛନ୍ତି । ତେବେ ଏମିତି କରିବାକୁ ସେ ବାଧ୍ୟ ବୋଲି କହିଛନ୍ତି । ଅଟୋ ଚାଳକ କହିଛନ୍ତି ଯେ, ଏଠାରେ ଅଟୋଭଡ଼ା ନେଇ ଜିଲ୍ଲା ପ୍ରଶାସନ କୌଣସି ଦର ନିର୍ଦ୍ଧାରିତ କରିନାହିଁ କି ଏହା ଉପରେ ନିୟନ୍ତ୍ରଣ ମଧ୍ୟ ନାହିଁ । ସମ୍ବଲପୁର ଜିଲ୍ଲାପାଳ ଅଫିସରୁ ରେଳ ଷ୍ଟେସନକୁ କୋଭିଡ ପୂର୍ବରୁ 100 ଟଙ୍କା ଭଡା ଥିଲା । ବର୍ତ୍ତମାନ 150 ଟଙ୍କା ନେଉଛୁ । ପୂର୍ବରୁ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଅଇଁଠାପାଲି ବାସଷ୍ଟାଣ୍ଡକୁ ଜଣକ ପିଛା ଭଡା 20 ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା 30 ଟଙ୍କା ହୋଇଛି ।

ଅନ୍ୟପଟେ ରାତ୍ରି 9ଟା ପରେ ଅଟୋ ଭଡା 2 ଗୁଣ ହେଉଥିବା ନିଜେ ଅଟୋ ଚାଳକ ମାନେ କହୁଛନ୍ତି ।ତେବେ ଏନେଇ ସମଲେଶ୍ବରୀ ଅଟୋ ଚାଳକ ସଂଘ ର ସଭାପତି ସୁଭାଷ ଜେନା କହିଛନ୍ତି ଯେ, 2009ରେ ଜିଲ୍ଲା ପ୍ରଶାସନ ସହ ହୋଇଥିବା ବୁଝାମଣା ଅନୁସାରେ ଗୋଟିଏ ଛକରୁ ଅନ୍ୟ ଛକ ପାଇଁ ଜଣକ ପିଛା ଭଡା 10 ଟଙ୍କା ଧାର୍ଯ୍ୟ ହୋଇଥିଲା । ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ସେଇ ହିସାବରେ ଭଡା ନେବାର ପ୍ରବଧାନ ରହିଛି । ତେବେ କୋରୋନା କଟକଣା ଜନିତ ମାନ୍ଦାବସ୍ଥା ଯୋଗୁଁ କିଛି ଅଟୋ ଚାଳକ ବର୍ଦ୍ଧିତ ଭଡା ନେଇଥିବେ ।

ତେବେ କୋରୋନା କଟକଣା ଜନିତ ମାନ୍ଦାବସ୍ଥାର ଏହି ପରିସ୍ଥିତିରେ ଅଟୋ ଚାଳକଙ୍କ ଜୀବନ ଜୀବିକା ନିର୍ବାହ କରିବାରେ ବହୁ କଷ୍ଟ ହେଉଛି ଓ ଏହାର ପ୍ରଭାବ ସାଧାରଣ ବର୍ଗର ଯାତ୍ରୀଙ୍କ ଉପରେ ପଡୁଛି । ଆଉ ଏହି ସମସ୍ୟା ପ୍ରାୟ ସମସ୍ତ ଜିଲ୍ଲା ରେ ଦେଖିବାକୁ ମିଳିଛି । ତେଣୁ ଏନେଇ ରାଜ୍ୟ ସରକାର କିଛି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 28, 2020, 8:02 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.