ଛତିଶଗଡ: ଲାଲଗଡରେ ଆରମ୍ଭ ହୋଇଛି ବିକାଶର କାର୍ଯ୍ୟ । ଏହି କ୍ରମରେ ନକ୍ସଲ ପ୍ରଭାବିତ ଅଞ୍ଚଳ ଚୁନଚୁନା ଏବଂ ପୁଦଙ୍ଗ ଗାଁରେ ମଧ୍ୟରେ 22 କିମି ପର୍ଯ୍ୟନ୍ତ ସଡକ ନିର୍ମାଣ କାର୍ଯ୍ୟ ଚାଲିଛି ।
ତେବେ ଏହା ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଏବଂ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିଆରପିଏଫ ଯବାନ ଏବଂ ଛତିଶଗଡ ପୋଲିସକୁ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି ।
ଦୈନନ୍ଦିନ ଆବଶ୍ୟକତା ଏବଂ ଚିକିତ୍ସା ପାଇଁ ରାସ୍ତା ନଥବାରୁ ସେମାନଙ୍କୁ ବହୁ ଦୂରକୁ ଯିବାକୁ ପଡିଥାଏ ବୋଲି ଗ୍ରାମବାସୀ କହିଛନ୍ତି । ଅପରପକ୍ଷେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ କହିବାନୁଯାୟୀ, ଏହା ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିଲେ ସୁଦ୍ଧା ସିଆରପିଏଫ୍ ଏବଂ ପୋଲିସ କ୍ୟାମ୍ପ ଥିବାରୁ ସେମାନଙ୍କୁ କୌଣସି ମାଓ ଭୟ ନାହିଁ ।