ETV Bharat / briefs

ବ୍ରହ୍ମପୁରରେ ପରାଜୟର କାରଣ ଖୋଜୁଛି କଂଗ୍ରେସ କମିଟି

ବ୍ରହ୍ମପୁର ଗସ୍ତରେ କଂଗ୍ରେସ କମିଟି । ନିର୍ବାଚନରେ ପରାଜୟ ପରେ ଚାଲିଛି କାରଣ ଖୋଜା । ଚଳିତମାସ ଶେଷ ଶୁଦ୍ଧା ଚୂଡାନ୍ତ ରିପୋର୍ଟ ଦେବ କମିଟି ।

author img

By

Published : Jun 23, 2019, 7:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଗତ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଚାଲିଛି ପରାଜୟର କାରଣ ଖୋଜା । ଗତ ଜୁନ 6 ରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଥିଲା ।

ପରେ ଏହି କମିଟିକୁ 6ଟି ସବ୍ କମିଟି କରାଯାଇ ସମସ୍ତ ଜିଲ୍ଲାକୁ ଯାଇ ପରାଜୟର କାରଣ ଖୋଜିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଆଜି ଏହି ସବ୍ କମିଟି ବ୍ରହ୍ମପୁର ଗସ୍ତରେ ଆସି ପରାଜୟର କାରଣ ଖୋଜିଛନ୍ତି । ଏହାସହ ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ସମସ୍ତ ପ୍ରାର୍ଥୀ ଓ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।

ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଆସିଥିବା ଏହି ଦଳରେ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ଯକାରୀ ସଭାପତି ବନ୍ଦିତା ପରିଡା , ବରିଷ୍ଠ ନେତା ଗଣେଶ୍ବର ବେହେରା ପ୍ରମୁଖ ବ୍ରହ୍ମପୁର ଗସ୍ତରେ ଆସିଛନ୍ତି । ଚଳିତ ମାସ ଶେଷ ଶୁଦ୍ଧା କମିଟି ତାର ରିପୋର୍ଟ ରାଜ୍ୟ ପିସିସି କମିଟି ଓ ଏଆଇସିସିକୁ ଦେବେ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗତ ସାଧାରଣ ନିର୍ବାଚନରେ କ°ଗ୍ରେସ ଦଳର ବିଭିନ୍ନ ସ୍ଥାନରେ ପରାଜୟ ପରେ ଏହାକୁ ନେଇ କାରଣ ଖୋଜୁଛି ଦଳ ।ଦଳର ରାଜ୍ୟ ନେତୃବୃନ୍ଦ ଏହି ଅବସରରେ ବ୍ରହ୍ମପୁର ସହରର କ°ଗ୍ରେସ ଭବନରେ ପହଞ୍ଚି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ କିପରି ଦଳର ବିପର୍ଯ୍ୟୟ ସ୍ଥିତି ହେଲା ତାହାକୁ ଅନୁଧ୍ୟାନ କରିଛନ୍ତି ଦଳର ନେତୃବୃନ୍ଦ । ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ ଙ୍କ ନେତୃତ୍ବରେ ଆସିଥିବା ଏହି ଟିମରେ ରାଜ୍ୟ ମହିଳା କ°ଗ୍ରେସର କାର୍ଯ୍ଯକାରୀ ସଭାପତି ବନ୍ଦିତା ପରିଡା ,ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଙ୍କ ସମେତ ଏକ ଟିମ ପହଞ୍ଚି ଜିଲ୍ଲାର କେବଳ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ କେବଳ ବିଜୟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ୧୨ଟି ନିର୍ବାଚନ ମଣ୍ଡଳୀରେ ଦଳର ପ୍ରାର୍ଥୀ ହୋଇଥିବା ନେତୃବୃନ୍ଦ ଙ୍କ ସମେତ ସେହି ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦ ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରାଯିବା ସହ ଦଳ କେଉଁ କାରଣ ପାଇଁ ପରାଜୟ ହେଲା ଏବଂ କେଉଁ ନେତା ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ତାହାକୁ ସମୀକ୍ଷା କରିବା ସହ ଏହି ରିପୋର୍ଟ ପ୍ରଦେଶ ପ୍ରଦେଶ କମିଟି ଏବଂ ଏ.ଆଇ.ସି.ସି କୁ ପ୍ରଦାନ କରିବ ବୋଲି ସୂଚନା ଦେଇଛନ୍ତି ।
ବାଇଟ୍-ମହମ୍ମଦ ମୋକିମ(ବରିଷ୍ଠ କ°ଗ୍ରେସ ନେତା)
ବାଇଟ୍-ବନ୍ଦିତା ପରିଡା(କାର୍ଯ୍ୟକାରୀ ସଭାପତି, ମହିଳା କ°ଗ୍ରେସ)

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.