ETV Bharat / briefs

ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା କଂଗ୍ରେସ - kendrapara

କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଏବଂ ରିଲିଫ୍ ବଣ୍ଟନରେ ପାତରଅନ୍ତର ବନ୍ଦ କରିବାକୁ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : May 13, 2019, 11:50 PM IST

କେନ୍ଦ୍ରାପଡା: ବାତ୍ୟା ଫନି ପ୍ରଭାବରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଫସଲ ହାନି ହୋଇଛି । ବିଶେଷ କରି ନଦୀ ପଠାରେ ହୋଇଥିବା ଶହ ଶହ ଏକର ଚାଷ ଜମି ସବୁ ଉଜୁଡି ଯାଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ପରେ କଂଗ୍ରେସ ପକ୍ଷରୁ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରାଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛି ପାଟକୁରା କଂଗ୍ରେସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଅନ୍ୟପକ୍ଷରେ ରିଲିଫ୍ ବଣ୍ଟନରେ ପାତର ଅନ୍ତର ବନ୍ଦ କରିବାକୁ ମଧ୍ୟ କଂଗ୍ରେସ ଦାବି କରିଛି । ପାଟକୁରା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

13.05.2019
Radhakanta Mohanty,Kendrapada(AVB)
Slug-od_kpr_congress demand pressmeet_script_7204459
Anchor-ପାଟକୁରା ନିର୍ବାଚନ ମଣ୍ଡଳୀ ରେ ବାତ୍ୟା ଯୋଗୁ ବ୍ୟାପକ ଫସଲ ହାନି ହୋଇଛି ।କ୍ଷତିଗ୍ରସ୍ତ ଚାଷିଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛି କଂଗ୍ରେସ | ଅନ୍ୟପକ୍ଷରେ ରିଲିଫ୍ ବଣ୍ଟନରେ ପାତରଅନ୍ତର ନ କରିବା ଦାବୀ କରି କଂଗ୍ରେସ ପକ୍ଷରୁ ଜିଲାପାଳଙ୍କୁ ଭେଟି ଛନ୍ତି ଏକ ପ୍ରତିନିଧି ମଣ୍ଡଳୀ । କେନ୍ଦ୍ରାପଡ଼ା ଜିଲା ପାଟକୁରା ଅଞ୍ଚଳରେ ବାତ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି | ବିଶେଷ କରି ଚାଷ ବାସ ସମ୍ପୂଣ୍ଣ ଉଜୁଡ଼ି ଯାଇଛି | କ୍ଷତିଗ୍ରସ୍ତ ଚାଷୀ ଙ୍କୁ ତୁରନ୍ତ ଚିହ୍ନଟ କରି କ୍ଷତିପୂରଣ ଦେବାକୁ ଦାବି କରିଛି ପାଟକୁରା କଂଗ୍ରେସ | ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ପରେ କଂଗ୍ରେସ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଛି|  ଏହି ଅଞ୍ଚଳରେ ନଦୀ ପଠl ରେ କରାଯାଇଥିବା ସହସହ ଏକର ପରିବା ଚାଷ ଉଜୁଡି ଯାଇଛି | ଅନ୍ୟଉପାୟ ହୋଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି | ଅନ୍ୟପକ୍ଷରେ ରିଲିଫ୍ ବଣ୍ଟନ ରେ ପାତରଅନ୍ତର ବନ୍ଦ କରିବା ପାଇଁ ମଧ୍ୟ କଂଗ୍ରେସ ଦାବି କରିଛି | ପାଟକୁରା ବିଧାନସଭା ର କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତି ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଜିଲାପାଳ ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି | ଖୁବ୍ ଶୀଘ୍ର ଚାଷିଙ୍କୁ ଉପଯୁକ୍ତ କ୍ଷତିପୁରଣ ଦେବାକୁ ଦାବି କରିଛି କଂଗ୍ରେସ |
ବାଇଟ- ଜୟନ୍ତ କୁମାର ମହାନ୍ତି(ପାଟକୁରା କଂଗ୍ରେସ ପ୍ରାର୍ଥୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.