ଲକ୍ଷ୍ନୌ: ଆସନ୍ତାକାଲି ଅଯୋଧ୍ୟାରେ ଅନାବରଣ ହେବ ମର୍ଯ୍ୟାଦା ପୁରୁଷୋତ୍ତୋମ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତୀ । ଏଥିପାଇଁ ଅଯୋଧ୍ୟରେ ଭବ୍ୟ ପ୍ରସ୍ତୁତିର ଆୟୋଜନ କରାଯାଇଛି । ଗତବର୍ଷ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଗବାନ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ ।
ଏଥିପାଇଁ ଆସନ୍ତାକାଲି ଯୋଗୀ ଆଯୋଧ୍ୟା ଗସ୍ତରେ ଆସୁଛନ୍ତି । ଅନ୍ୟପଟେ ବିଜେପି ଦ୍ବିତୀୟଥର କ୍ଷମତାକୁ ଆସିବା ପରେ ରାମମନ୍ଦିର ନିର୍ମାଣକୁ ନେଇ ଆଶା ଉଜ୍ଜିବୀତ ହୋଇଛି ।