ETV Bharat / briefs

ବୁଲାବିକାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପ୍ୟାକେଜ୍ - ମୁଖ୍ୟମନ୍ତ୍ରୀ

ଫନି ମାଡରେ ଭାଙ୍ଗି ପଡିଥିବା ଓଡିଶାର ମେରୁଦଣ୍ଡ ଏବେ ଧିରେ ଧିରେ ସଳଖୁଛି । l ତେବେ ଶନିବାର ଫନି ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ବୁଲାବିକାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 18, 2019, 8:29 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନି ପରେ ଦେଖେ ପାଇଁ ୧୦୦ କୋଟି ଟଙ୍କାର ସ୍ଵତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟାରେ ପ୍ରଭାବିତ ପ୍ରତ୍ୟେକ ବୁଲାବିକାଳୀଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏଥିରେ ପ୍ରାୟ ୩0 ହଜାର ବିକ୍ରେତା ଉପକୃତ ହେବେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ବାତ୍ୟାରେ କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିବ । ସର୍ବାଧିକ ୨୫ଟ ନଡିଆ ଗଛ କ୍ଷତି ହୋଇଥିଲେ ଚାଷୀଙ୍କୁ ଗଛ ପିଛା ୫୦୦ ଟଙ୍କାର ସହାୟତା ଦିଆଯିବ। ଏଥିସହ ବ୍ରୟଲର କୁକୁଡା ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୭୫ପ୍ରତିଶତ ସବସିଡ୍ ଦିଆଯିବ । ଏହି ଯୋଜନାରେ 2ହଜାର କୁକୁଡା ଚାଷୀ ଉପକୃତ ହେବେ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ଖରା ରେ ସିଜୁଛନ୍ତି ଟ୍ରାଫିକ କର୍ମଚାରୀ, କୁଲିଂ ଜ୍ୟାକେଟ କାମ୍ ରେ ଆସୁନି।

        ବାତ୍ୟା ପରେ ଏବେ ଦାଉ ସାଜୁଛି ଝାଞ୍ଜି ଖରା। ରାଜଧାନୀ ରେ ଅଧିକ ତାପମାତ୍ରା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଧାରଣ ଜନତା। ତେବେ ଟୁଇନି ସିଟି ରେ ଖରା ରେ କାର୍ଯ୍ୟ କରୁଥିବା ଟ୍ରାଫିକ କର୍ମଚାରୀ ମାନଙ୍କ ପାଇଁ ଅତ୍ୟଧିକ ତାତି ରୁ ରକ୍ଷା ପାଇବା ପାଇଁ କୁଲିଂ ଜ୍ୟାକେଟ କମିଶନରେଟ ପୋଲିସ ପକ୍ଷରୁ କଟକ ଓ ଭୁବନେଶ୍ବର ଟ୍ରାଫିକ କର୍ମଚାରୀ ଙ୍କୁ ବଣ୍ଟନ କରାଯାଇଥିଲା। କିନ୍ତୁ ଟ୍ରାଫିକ କର୍ମଚାରୀଙ୍କ ଅଭିଯୋଗ ଯେଉଁ କୁଲିଂ ଜ୍ୟାକେଟ ଦିଆଯାଇଛି ସେଗୁଡିକ ବହୁତ ନିମ୍ନ ଧରଣର, ସେହି ଜ୍ୟାକେଟ ଓଦା କଲେ ସେଥିରୁ ବାହାରିଥିବା ରଙ୍ଗ ରେ ପୋଷାକ ଖରାପ୍ ହେଉଥିବା ଅଭିଯୋଗ ଆସିଛି।ତେଣୁ ପୋଲିସ କମିଶନର ଏହା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି। ପରବର୍ଥି ସମୟରେ ଅଧିକ ଭଲ  କଲିଂ ଜ୍ୟାକେଟ ଅଣାଯିବ । ତା ଛଡା ତାପମାତ୍ରାରେ ତାତି ଯଦି ଅଧିକା ହେବ ସେହି ସମୟରେ ଟ୍ରାଫିକ କର୍ମଚାରୀଙ୍କ କର୍ତ୍ତବ୍ୟ ରେ ସମୟ କମିବ । ଯାହା ଦ୍ଵାରା କାହାକୁ ବି ଅଂଶୁଘାତ ନହୁଏ। 
ଟ୍ରାଫିକ କର୍ମଚାରୀଙ୍କ ଏକ ବଡ଼ ସମସ୍ୟା ହେଉଛି ମୋବାଇଲ ଟଏଲେଟ୍।  ରାଜଧାନୀ ରେ ରାଜରାସ୍ତାକୁ ରେ ଟ୍ରାଫିକ ସ୍ଥାନରେ ମହିଳା ଟ୍ରାଫିକ ମାନଙ୍କ ପାଇଁ ମୋବାଇଲ ଟଏଲେଟ୍ ରହିବ। ପୂର୍ବବର୍ଷ କିଛି  ସ୍ଥାନରେ ଏଭଳି ମୋବାଇଲ ଟଏଲେଟ୍ ବ୍ୟବହାର କରାଯାଇଥିଲା। ତେବେ ଏତେ ମାତ୍ରା ରେ ଜନସଂଖ୍ୟା ସାଙ୍ଗକୁ ଟ୍ରାଫିକ ମହିଳା କର୍ମଚାରୀ ମାନଙ୍କ ପାଇଁ କିଛି  ସୁବିଧା ନାହିଁ। ଦିୟୁଟି ସମୟରେ ମହିଳା ଟ୍ରାଫିକ କର୍ମଚାରୀ ଙ୍କ ସମସ୍ୟାର ସମାଧାନ ପାଇଁ କିଛି କିଛି ସ୍ଥାନରେ ମୋବାଇଲ ଟଏଲେଟ୍ ରଖାଯିବ। ଯାହାଦ୍ବାରା ଆଇନି ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ଯେପରି କୌଣସି ପରିସ୍ଥିତି ରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

Byte- କମିଶନର ସତ୍ୟାହିତ୍ ମହାନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.