ETV Bharat / briefs

ଘଟଗାଁରେ ଚଇତି ପର୍ବ, ଭକ୍ତଙ୍କ ସୁନାବେଶ ଦର୍ଶନ - ghatagaon

ଘଟଗାଁ ସ୍ଥିତ ମା ତାରିଣୀଙ୍କ ପୀଠରେ ଚଇତି ପର୍ବ ଓ ପବିତ୍ର ମହାବିଷୁବ ପଣାସଂକ୍ରାନ୍ତି ପାଳିତ। ପବିତ୍ର ଦିନରେ ମା'ଙ୍କ ସୁନାବେଶ ଦର୍ଶନରେ ହଜାର ହଜାର ଭକ୍ତ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Apr 14, 2019, 9:59 AM IST

Updated : Apr 14, 2019, 3:22 PM IST

କେନ୍ଦୁଝର: ଘଟଗାଁସ୍ଥିତ ମା' ତାରିଣୀଙ୍କ ପୀଠରେ ମା'ଙ୍କ ୮୩ତମ ଚଇତି ପର୍ବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ହେଉଛି। ଏପ୍ରିଲ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଘଟଗାଁରେ ଏହି ପର୍ବ ମହାଆଡମ୍ବର ସହ ପାଳିତ ହେଉଛି । ଏହି ପର୍ବରେ ମା' ତାରିଣୀ ସୁନାବେଶ ଧାରଣ କରିଥାନ୍ତି। ମାଙ୍କ ଏହି ବେଶ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥାଏ। ଯାହାକୁ ଦୃଷ୍ଟିରେ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସକାଳୁ ମା'ଙ୍କ ସ୍ନାନ କାର୍ଯ୍ୟ ସମାପମ ପରେ ସୁନା ବେଶ କରାଯାଇ ରୀତିନୀତି ଅନୁଯାୟୀ ସକାଳ ମଙ୍ଗଳ ଆଳତୀ କରାଯାଇଥିଲା। ଚଇତି ପର୍ବରେ ମା'ଙ୍କ ଏହି ସୁନା ବେଶ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତ ଘଟଗାଁ ଆସିଛନ୍ତି । ବିଶ୍ବାସ ରହିଛି ଯେ, ଏହି ପର୍ବରେ ମା'ଙ୍କର ସୁନା ବେଶ ଦେଖିଲେ ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଧୂପ, ଦ୍ୱୀପ, କର୍ପୂର ବାସ୍ନାରେ ମନ୍ଦିର ପରିସର ମହକି ଉଠୁଥିବା ବେଳେ ଶଙ୍ଖ, ହୁଳହୁଳି, ଯୋଡି ନାଗରା ଓ ମହୁରୀ ଶବ୍ଦରେ ପଡୁଛି ଉଠୁଛି ବେଢା।

ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମା ତାରିଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳା ଦର୍ଶନ ପାଇଁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ବରେ ପୋଲିସ ଓ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଅପରପକ୍ଷରେ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସନ୍ଧ୍ୟାରେ ଆଧ୍ୟାତ୍ମିକ ପ୍ରବଚନ ବାଦିପାଲା ଆଦି ଅନୁଷ୍ଠିତ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

gfgffg

Conclusion:
Last Updated : Apr 14, 2019, 3:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.