ETV Bharat / briefs

ନିର୍ବାଚନରେ ଅବକାରୀ ବିଭାଗ ତୁଲାଇଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା

author img

By

Published : May 28, 2019, 7:10 PM IST

ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା କେନ୍ଦ୍ରୀୟ ଅବକାରୀ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଶେଷ ହୋଇଛି ସାଧାରଣ ନିର୍ବାଚନ । ଏହା ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ନିର୍ବାଚନ ମୋଟାମୋଟି ଭାବେ ଶେଷ ହୋଇଛି । ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳ ସହ ଶେଷ କରିବା ପାଇଁ ପୋଲିସ, ଗୁଇନ୍ଦା, ଅବକାରୀ ବିଭାଗଙ୍କ ସହ ବିଭିନ୍ନ ସୁରକ୍ଷା ବାହିନୀଙ୍କ ଭୂମିକା ଚଳିତ ନିର୍ବାଚନରେ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚଳିତ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା । କଟକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢାଉ କରି ବହୁ ପରିମାଣରେ ଅବକାରୀ ସାମଗ୍ରୀକୁ ଜବତ କରିବାରେ ସଫଳ ହୋଇଥିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ନିର୍ବାଚନ ସମୟରେ ବିପୁଳ ପରିମାଣର ନକଲି ମଦ, ଗଞ୍ଜେଇ ଓ ବ୍ରାଉନ ସୁଗାର ଜବତ କରିଥିଲା ଅବକାରୀ ବିଭାଗ । ଯାହାର ସମୁଦାୟ ମୂଲ୍ୟ ଦୁଇକୋଟିରୁ ଊର୍ଦ୍ଧ୍ଵ ହେବ ବୋଲି କହିଛି ବିଭାଗ ।

ଏହାସହ ବିଭାଗର ଆଉ ଏକ ସଫଳତା ଥିଲା ଭଦ୍ରକ ମଦମୃତ୍ୟୁର ଅଭିଯୁକ୍ତଙ୍କୁ ଗିରଫ କରିବା । ମୋଟାମୋଟି ଭାବେ କଟକରେ କମିଶନରେଟ ପୋଲିସ ଅବକାରୀ ବିଭାଗ ସୁରକ୍ଷା ବଳଙ୍କ ମିଳିତ ଉଦ୍ୟମରେ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.