ETV Bharat / briefs

ବିଜେପିର 'ମୋ ବୁଥ୍ କୋରୋନା ମୁକ୍ତ' ଅଭିଯାନ - corona free campaign

ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଓଡ଼ିଶାର ଯୁବବର୍ଗଙ୍କୁ ଅଭିଯାନର ମଙ୍ଗ ଧରି ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ‘ମୋ ବୁଥ – କୋରୋନା ମୁକ୍ତ” କରିବାକୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ...

 BJP starts My booth is corona free campaign

author img

By

Published : May 20, 2021, 8:11 PM IST

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ଵ ଦେଇ ଆସୁଛନ୍ତି । ଗତକାଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଗୁରୁତ୍ବାରୋପ କରି ଦଳ, ମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ଭାଇ ଭଉଣୀ ଓ ଗୁରୁଜନଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ ହୋଇ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ପ୍ରେରିତ ହୋଇ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଓଡ଼ିଶାର ଯୁବବର୍ଗଙ୍କୁ ଏହି ଅଭିଯାନର ମଙ୍ଗ ଧରି ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ‘ମୋ ବୁଥ – କୋରୋନା ମୁକ୍ତ” କରିବାକୁ ଆହ୍ବାନ ଦେଇଛନ୍ତି ।

କୋରୋନା ମହାମାରୀର ଦ୍ଵିତୀୟ ଲହରରେ ଓଡ଼ିଶାର ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ଟ୍ରେନିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟର ସର୍ବାଧିକ ଆବଶ୍ୟକତା ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶା ସରକାର ଏଥିରେ ପଛୁଆ ଅଛନ୍ତି । ସର୍ବଭାରତୀୟ ସ୍ତରରେ ପରିସଂଖ୍ୟାନ ଅନୁଯାୟୀ, ମେ ମାସରେ ଅଦ୍ୟାବଧି ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷରେ ହାରାହାରି ୧୪୬ ଲୋକଙ୍କୁ ଟେଷ୍ଟିଂ କରାଯାଉଛି । ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଊର୍ଦ୍ଧ୍ବ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି ଠିକ୍ ସେହି ସମୟରେ କେରଳରେ ହାରାହାରି ୩୯୦ ଲୋକଙ୍କ ପରୀକ୍ଷା ହେଉଥିବାବେଳେ ଦିଲ୍ଲୀରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୪୧୭ ଜଣଙ୍କୁ ପରୀକ୍ଷା କରାଯାଉଛି । ସେହିଭଳି ଓଡ଼ିଶାର ପଡୋଶୀ ରାଜ୍ୟମାନଙ୍କରେ ଓଡ଼ିଶାଠାରୁ ମଧ୍ୟ ମାତ୍ରାଧିକ ଟେଷ୍ଟିଂ ହୋଇଛି |

ଗତକାଲି ଯୁବମୋର୍ଚ୍ଚାର ସଦସ୍ୟମାନଙ୍କୁ ଡୋର ଟୁ ଡୋର" ସର୍ଭେ କରିବାକୁ ପରାମର୍ଶ ଦେଇଥିଲେ ରାଜ୍ୟରେ ନିମ୍ନ ଧରଣର ଭିତ୍ତିଭୂମି କାରଣରୁ ସ୍ଵାସ୍ଥ୍ୟସେବାଠାରୁ କୋଷ ଦୂରରେ ଥିବା ସାଧାରଣ ଜନତାଙ୍କ ନିକଟକୁ ଯାଇ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ସାବଧାନ ଓ ସତର୍କତାର ସହ ଇନଫ୍ରାରେଡ୍ ଥର୍ମୋମିଟର ଏବଂ ଅକ୍ଟିକେନମିଟର ନେଇ ଶରୀରର ତାପମାତ୍ରା ଓ ଅମ୍ଳଜାନ ସ୍ତର ମାପିଥିଲେ । ଓଡ଼ିଶାର ୩୬ଟି ସାଂଗଠନିକ ଜିଲ୍ଲାରୁ ୨୬ଟି ସାଂଗଠନିକ ଜିଲ୍ଲାରେ ଗତକାଲି ଏହି ଡୋର୍ ଟୁ ଡୋର ସର୍ଭେ ଆରମ୍ଭ ହୋଇଛି । ଆଜି ମଧ୍ୟ(ଗୁରୁବାର) ଅନେକ ସାଂଗଠନିକ ଜିଲ୍ଲାରେ ଏହି ପ୍ରକ୍ରିୟାର ଆରମ୍ଭ ହୋଇଛି । ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, ରାଇରଙ୍ଗପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ପାନପୋଷ, ବଣାଇ, ସମ୍ବଲପୁର, ପୁରୀ, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, କେଉଁଝର, କଳାହାଣ୍ଡି, ଯାଜପୁର, ଗଞ୍ଜାମ ଗଜପତି, ଢେଙ୍କାନାଳ, ଦେଓଗଡ଼, କଟକ ନଗର, ବଲାଙ୍ଗୀର, ଭୁବନେଶ୍ବର, ଅନୁଗୁଳ ପ୍ରଭୃତି ସାଂଗଠନିକ ଜିଲ୍ଲାମାନଙ୍କରେ ଏହି ପ୍ରଚେଷ୍ଟା ସାଧାରଣ ଜନତାଙ୍କ ଦ୍ବାରା ଆଦୃତ ହୋଇଛି ବୋଲି ଆଚାର୍ଯ୍ୟ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ଵାନରେ ଓଡ଼ିଶା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ କୋରୋନା ବିରୁଦ୍ଧ ଏହି ଯୁଦ୍ଧ ହୁଙ୍କାରର ମଙ୍ଗ ଧରିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଦୃଢ ଆଶା ପୋଷଣ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.