ETV Bharat / briefs

ରାହୁଲଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହେଲା ବିଜେପି - rahul gandhi

ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ପିଟିସନ୍‌ ଦାଖଲ। ଏପ୍ରିଲ 15 ରେ ହେବ ମାମଲାର ଶୁଣାଣି।

ଫାଇଲ ଫଟୋ
author img

By

Published : Apr 12, 2019, 3:01 PM IST

ନୂଆଦିଲ୍ଲୀ: ମୋଦିଙ୍କୁ 'ଚୌକିଦାର ଚୋର ହେ' କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଡିଲା ମହଙ୍ଗା । ଏନେଇ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ବିଜେପି। ଦେଶର ଶୀର୍ଷ ଅଦାଲତରେ ରାହୁଲଙ୍କ ବିରୋଧରରେ ଅଦାଲତ ଅବମାନନା ପିଟିସନ୍‌ ଦାଖଲ କରିଛନ୍ତି ବିଜେପି ନେତ୍ରୀ ତଥା ଅଧିବକ୍ତା ମୀନାକ୍ଷୀ ଲେଖୀ। ତେବେ ମୀନାକ୍ଷୀଙ୍କ ପିଟିସନ୍‌ର ଶୁଣାଣି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ। ଏପ୍ରିଲ 15 ରେ ମାମଲାର ଶୁଣାଣି ହେବ ବୋଲି ଜଣା ପଡିଛି।

ରାଫେଲ ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିରୋଧୀଙ୍କ ରିଭ୍ୟୁ ପିଟିସନ୍ (ସମୀକ୍ଷା ଆବେଦନ)କୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନକୁ ଖାରଜ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ କରିଥିଲେ। ଚୌକିଦାର ଚୋର ବୋଲି ସୁପ୍ରିମକୋର୍ଟ ମଧ୍ୟ ମାନିଥିବା ସେ କହିଥିଲେ। ତେବେ ଏହା କହି ସେ ଅଦାଲତର ଅବମାନନା କରିଥିବା ନିଜ ପିଟିସନ୍‌ରେ ଦର୍ଶାଇଛନ୍ତି ମୀନାକ୍ଷୀ ।

ସୂଚନା ଯୋଗ୍ୟ, ରାଫେଲକୁ ନେଇ ବାରମ୍ବାର ମୋଦିଙ୍କୁ ଟାର୍ଗେଟ କରିଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । 'ଚୌକିଦାର ଚୋର ହେ' ର ନାରା ବ୍ୟବହାର କରି ବାରମ୍ବାର ତାଙ୍କୁ ଅପମାନ କରୁଛନ୍ତି ସେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.