ETV Bharat / briefs

ସିଇଓଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି

ନିର୍ବାଚନ କମିଶନଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲା ବିଜେଡି । ନୀତି ଓ ନୈତିକତାର କଥା କହି ବାରମ୍ବାର ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଛି । ତଥାପି ନୀରବ ରହୁଛନ୍ତି ସିଇଓ ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, ଭୁବନେଶ୍ବର
author img

By

Published : Apr 24, 2019, 8:58 AM IST

ଭୁବନେଶ୍ବର: ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିବା ନେଇ ବାରମ୍ବାର ଅଭିଯୋଗ ଆଣୁଛି ବିଜେଡି । ମୁଖ୍ୟ ନିର୍ବାଚନ ଆୟୋଗ ନିରପେକ୍ଷତା ଅବଲମ୍ବନ କରୁନଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ରଖିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିର୍ବାଚନୀ ପ୍ରଚାର ସମୟରେ ନୀତି ଓ ନୈତିକତାର କଥା କହିଥାଏ ବିଜେପି । କିନ୍ତୁ ସୋମବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥିନୀ ୨୫ ଜଣ ଲୋକଙ୍କ ସହ ବୁଥ୍ ଭିତରେ ବୁଲିବା କେତେ ଯଥାର୍ଥ ବୋଲି ପ୍ରଶ୍ନ କରିଛି ବିଜେଡି । ପରାଜୟ ଭୟରେ ହତୋତ୍ସାହିତ ବିଜେପି । ଫେଲ ମାରିଛି 'ଡବଲ ଇଞ୍ଜିନ'ର ଥିଓରୀ ବୋଲି କହିଛନ୍ତି ସସ୍ମିତ ।

ପ୍ରଚାର ସମୟରେ କ୍ରମାଗତ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରକାରୀ କର୍ମଚାରୀ, ଏପରିକି ନିର୍ବାଚନ ଅଧିକାରୀଙ୍କ ବିରୋଧରେ ହୀନ ମନ୍ତବ୍ୟ ଦେଉଛନ୍ତି । ତଥାପି ନିର୍ବାଚନ ଆୟୋଗ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି । ବିଗତ ୫ ବର୍ଷରେ ମଧ୍ୟରେ ବିଜେପି ଲୋକଙ୍କ ବିଶ୍ୱାସ ହରେଇଛି ବୋଲି ବିଜେଡିର ଅନ୍ୟତମ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.