ETV Bharat / briefs

ରାଜନଗରରେ 6 ଘଣ୍ଟିଆ ବନ୍ଦ ଡାକରା

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିଭଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ଦାବିରେ 6 ଘଣ୍ଟିଆ ରାଜନଗର ବନ୍ଦ ଡାକରା ଦିଆଯାଇଛି ।

author img

By

Published : Jun 21, 2019, 2:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁର୍ତ୍ତି ଭଙ୍ଗା ଘଟଣାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଏଥିପାଇଁ ଆଜି(ଶୁକ୍ରବାର) ୬ ଘଣ୍ଟିଆ ରାଜନଗରର ବନ୍ଦ । ରାଜନଗରର ପୂର୍ବତନ ବିଧାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିଭଙ୍ଗା ଘଟଣାକୁ କେନ୍ଦ୍ର କରି ଏହି ବନ୍ଦ ଡାକରା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବିଜୁ ଜନତା ଦଳ, ବିଜୁପ୍ରେମୀ ଓ ରାଜନଗରବାସୀଙ୍କ ତରଫରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଏଥିସହିତ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତକୁ ଶୀଘ୍ର ଗିରଫ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ସୂଚନାଯୋଗ୍ୟ, ରାଜନଗର ବ୍ଲକ ଗର୍ଜ୍ଜନପୁରଠାରେ ବିଜୁ ସ୍ମୃତି ସଂସଦ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡରୁ ଶରୀରକୁ କୌଣସି ଦୁର୍ବୃତ୍ତ ବୁଧବାର ରାତିରେ ଅଲଗା କରି ଦେଇଥିଲା । ଏହାକୁ ପ୍ରତିବାଦ କରି ବୁଧବାର ସନ୍ଧ୍ୟାରେ ବିଜୁ ଜନତା ଦଳର କର୍ମୀମାନେ ରାଜନଗରଠାରେ ରାସ୍ତାରୋକ କରିଥିବା ବେଳେ ଆଜି(ଶୁକ୍ରବାର) 6 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:21.06.2019
Radhakanta Mohanty, Kendrapada (Breaking)
Slug-od_kpr_biju statue issue_script_7204459
Anchor-କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିଭଙ୍ଗା ଘଟଣାକୁ କେନ୍ଦ୍ରକରି ଆଜି ରାଜନଗରରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ବିଜୁ ଜନତା ଦଳ, ବିଜୁ ପ୍ରେମୀ ଓ ରାଜନଗର ବାସୀଙ୍କ ତରଫରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ ଯେଉଁ ଦୁର୍ବୃତ୍ତ ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତି ପ୍ରତି ଏଭଳି ଘୃଣ୍ୟ କାର୍ଯ୍ୟ କରିଛି ତାକୁ ଶୀଘ୍ର ଗିରଫ କରିବା ପାଇଁ ଦାବି ହୋଇଛି ।ସୂଚନାଯୋଗ୍ୟ ରାଜନଗର ବ୍ଲକ ଗର୍ଜ୍ଜନପୁରଠାରେ ବିଜୁ ସ୍ମୃତି ସଂସଦ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡରୁ ଶରୀରକୁ ଗତ ବୁଧବାରଦିନ କୌଣସି ଦୁର୍ବୃତ୍ତ ଅଲଗା କରିଦେଇଥିଲା।ଏହାର ପ୍ରତିବାଦ କରି ବୁଧବାର ସନ୍ଧ୍ୟାରେ ବିଜୁ ଜନତା ଦଳର କର୍ମୀମାନେ ରାଜନଗରଠାରେ ରାସ୍ତାରୋକ କରିଥିବା ବେଳେ ଆଜି ଛ'ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।
Body:Byte-ଧୃବ ଚରଣ ସାହୁ(ବିଧାୟକ, ରାଜନଗର)Conclusion:Breaking
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.