ETV Bharat / briefs

ସରଗରମ ବିଜେପୁର ରାଜନୀତି; ଖୁବଶୀଘ୍ର ହେବ ଉପ-ନିର୍ବାଚନ - BJP

ନବୀନ ରାଜନୈତିକ ଜୀବନରେ ପ୍ରଥମ ଥର ପାଇଁ ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ । ପାରମ୍ପରିକ ହିଞ୍ଜିଳି ଆସନ ସହିତ ବିଜେପୁରକୁ ନିଜର ଦ୍ବିତୀୟ ଆସନ ଭାବେ ବାଛି ସେଠାରୁ ବିପୁଳ ଜନସମର୍ଥନ ମଧ୍ୟ ପାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jun 4, 2019, 12:44 AM IST

Updated : Jun 4, 2019, 8:13 AM IST

ବରଗଡ: ରାଜନୈତିକ ପଶାପାଲିରେ ବାଜି ଲାଗିଛି ବିଜେପୁର । ଗତ 2017ମସିହା ଅଗଷ୍ଟ ମାସରେ ତତ୍କାଳିନ କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ମୃତ୍ୟୁପରେ ଏହି କଂଗ୍ରେସ ଗଡକୁ ଆଖେଇଥିଲା ବିଜେଡି । 2018 ଫେବୃୟାରୀରେ ବିଜେପୁରରେ ଉପନିର୍ବାଚନ ହେବା ନେଇ ଘୋଷଣା କରିଥିଲେ ନିର୍ବାଚନ କମିଶନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଏହାପରେ ଆରମ୍ଭ ହୋଇଥିଲା ଅସଲ ଖେଳ, ବିଜେଡି ସୁବଳଙ୍କ ପରିବାର ଲୋକଙ୍କୁ ଦଳରେ ମିଶାଇ ଏହି ଆସନ ଦଖଲ କରିବାକୁ ଆରମ୍ଭ କଲା ଅଭିଯାନ । ସୁବଳଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରି ସିମ୍ପାତି ଭୋଟ ପାଇବାକୁ ଗୋଟିଚାଳନା କରେ । ଆଉ ମିଶନ 120ର ମଞ୍ଜିବୁଣିଥିବା ବିଜେପି ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ସାମିଲ କରି ବିଜେଡିକୁ କଡା ଚ୍ୟାଲେଞ୍ଜ ଦିଏ । ଇତିମଧ୍ୟରେ କଂଗ୍ରେସ ମଧ୍ୟ ନିଜ ଅସ୍ତିତ୍ବ ଜାହିର କରିବାକୁ ଯାଇ ନିର୍ବାଚନ ଲଢେ । କିନ୍ତୁ ବିଜୟର ବାନା ଉଡାଇଥିଲା ବିଜେଡି । ତେବେ ଉପ-ନିର୍ବାଚନ ପୂର୍ବରୁ ବିଜେପୁର ପାଇଁ ବିଜେଡି ପ୍ରକଳ୍ପର ବର୍ଷା କରିଥିଲା ।

ଏହାପରେ ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ଜବରଦସ୍ତ ଝଟକା ଦେଇଥିଲା ବିରୋଧୀଙ୍କୁ । କାରଣ ଖୋଦ ନବୀନ ନିଜ ରାଜନୈତିକ ଜୀବନରେ ପ୍ରଥମଥର ପାଇଁ ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ । ବିଜେପୁରକୁ ନିଜ ଦ୍ବିତୀୟ ଆସନ ଭାବେ ବାଛିବା ସହ ନିର୍ବାଚନରେ ବିଜୟୀ ମଧ୍ୟ ହୋଇଛନ୍ତି । ତେବେ ସରକାର ଗଠନର 3ଦିନ ପରେ ନବୀନ ବିଜେପୁର ପାଇଁ ପୁଣିଥରେ ପ୍ରକଳ୍ପର ମଞ୍ଜିବୁଣି ଅନେକ ସ୍ବପ୍ନ ଦେଖାଇବା ସହ ସମସ୍ତ ପ୍ରକଳ୍ପକୁ ନିଜେ ତଦାରଖ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

ହେଲେ ଗତକାଲି ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି ନବୀନ । ଫଳରେ ଏଠି ଉପ-ନିର୍ବାଚନ ହେବା ସ୍ପଷ୍ଟ ହୋଇଯାଇଛି । ସେପଟେ ନବୀନ ବିଜେପୁରକୁ ଛାଡିବା କଥାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିଜେପୁର ବାସୀ । କେହି ଏହାକୁ ଧକ୍କାବାଜ ବୋଲି କହିଛି ତ କିଏ ଲୋକେ ଏହାର ଜବାବ ଦେବେ ବୋଲି କହିଛନ୍ତି ।

ସେପଟେ ଅନେକ ରାଜନୈତିକ ବିଶ୍ଲେଷକ ମଧ୍ୟ ନବୀନଙ୍କ ଏହି ନିଷ୍ପତି ନିର୍ବାଚନରେ ପ୍ରଭାବ ପକାଇବ ବୋଲି କହିଛନ୍ତି । ଏଥିସହ ଲୋକେ ବାରମ୍ବାର ନିର୍ବାଚନକୁ ପସନ୍ଦ କରିବେ ନାହିଁ ବୋଲି ଆଶଙ୍କା କରିଛନ୍ତି । ଏପରିକି ବିଜେପୁର ଜନସାଧାରଣ ମଧ୍ୟ ଏଠାରେ କୌଣସି ବିକାଶ ହୋଇନଥିବାର ଅଭିଯୋଗ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Jun 4, 2019, 8:13 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.