ETV Bharat / briefs

କମିଶନରେଟ ପୋଲିସର ମନ ଜିଣିଲେ ବିଜୟା - heart

ହଜି ଯାଇଥିବା ଜଣେ ପୋଲିସ କର୍ମଚାରୀଙ୍କ ପତ୍ନୀଙ୍କ ବ୍ୟାଗକୁ ଫେରାଇ କମିଶନରେଟ୍ ପୋଲିସ ଦ୍ବାରା ପୁରସ୍କୃତ ହେଲେ ସାଲେପୁରର ବିଜୟାନନ୍ଦ ମହାନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 1, 2019, 9:30 PM IST

କଟକ: 'ଲୋଭ' ମଣିଷର ପରମ ଶତ୍ରୁ । ତଥାପି ଏହା ପ୍ରତି ମଣିଷ ମଧ୍ୟରେ ରହିଥାଏ । ନିଜ ଭିତରେ ଥିବା ଏହି ସ୍ବଭାବକୁ କେହି କେହି ମନ ଭିତରେ ଚାପି ରଖେ ତ ଆଉ କିଏ ଏହି ଶଦ୍ଦକୁ ମାରିପାରେନି । କିନ୍ତୁ ଏମିତି ଜଣେ ମଣିଷ ଅଛନ୍ତି ଯିଏ ଏହି 'ଲୋଭ' ନାମକ ଶଦ୍ଦକୁ ନିଜ ଭିତରେ ପ୍ରଶୟ ଦେଇନାହାନ୍ତି । ଏ ହେଉଛନ୍ତି ସାଲେପୁର ଅଞ୍ଚଳର ବିଜୟାନନ୍ଦ ମହାନ୍ତି । ଜଣେ କମିଶନରେଟ ପୋଲିସ କର୍ମଚାରୀଙ୍କ ପତ୍ନୀଙ୍କର ହଜିଯାଇଥିବା ବ୍ୟାଗକୁ ଫେରାଇ ଆଜି ସମ୍ମାନିତ ହୋଇଛନ୍ତି ।

ସୂଚନାନୁସାରେ, କମିଶନରେଟ ପୋଲିସ କର୍ମଚାରୀଙ୍କ ପତ୍ନୀଙ୍କ ଏକ ବ୍ୟାଗ ହଜି ଯାଇଥିଲା। ସେହି ବ୍ୟାଗରେ ବିପୁଳ ପରିମାଣର ଟଙ୍କା ସହ ସହ ସୁନାଗହଣା । ମାତ୍ର ଉକ୍ତ ବ୍ୟାଗଟିକୁ ବିଜୟା ବାଟରେ ଯିବା ସମୟରେ ପାଇଥିଲେ । ଆଉ ବ୍ୟାଗଟିର ପ୍ରକୃତ ମାଲିକକୁ ଫେରାଇବାକୁ ସେ ଚେଷ୍ଟା କରିଥିଲେ । ଫୋନ ମାଧ୍ୟମରେ ଯୋଗାଯୋଗ କରି ସେହି ବ୍ୟାଗକୁ ଉଚିତ ବ୍ୟକ୍ତିଙ୍କୁ ଫେରାଇ ଦେଇଥିଲେ। ଯେଉଁଥିପାଇଁ ଆଜି କମିଶନରେଟ ପୋଲିସ ପକ୍ଷରୁ ତାଙ୍କୁ ସମ୍ମାନିତ କରିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହା ପରେ ଡିସିପି ସିଂ କହିଛନ୍ତି ଯେ, ସମାଜରେ ବିଜୟା ଭଳି ମଣିଷ ରହିବା ଆବଶ୍ୟକ ରହିଛି । ସମସ୍ତେ ତାଙ୍କ ପରି ହେବା ଉଚିତ୍ । କାରଣ ଏଭଳି ସ୍ଵଭାଵ ଏକ ନୂତନ ସମାଜ ଗଠନ ଦିଗରେ ସହାୟକ ହେବ । ଏଥିସହିତ ସମାଜରେ ବଢୁଥିବା ଅପରାଧକୁ ରୋକାଯାଇପାରିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

କଟକ: ମଣିଷ ର ପରମ ଶତ୍ରୁ ହେଉଛି ଲୋଭ । କିନ୍ତୁ ଏହା ପ୍ରତି ମଣିଷ ମଧ୍ୟରେ ରହିଥାଏ । କିଏ କିଏ ଏହି ଶବ୍ଦ କୁ ମାରିପାରେନି ତ ଆଉ କିଏ ଆକୁ ହୃଦୟରେ ଚାପି ରଖେ । କିନ୍ତୁ ଏମିତି ଏକ ମଣିଷ ଅଛନ୍ତି ଯାହାର ଲୋଭ ବୋଲି ଶବ୍ଦ କୁ ନିଜ ଭିତରେ ପ୍ରସୟ ଦେଇ ନାହାନ୍ତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସାଲେପୁର ଅଞ୍ଚଳ ର ବିଜୟା ନନ୍ଦ ମହାନ୍ତି । କାରଣ ଯାହାକୁ ହୃଦୟରୁ ଧନ୍ୟବାଦ ଜଣାଇଛି କମିଶନରେଟ ପୋଲିସ  । 

ସୂଚନା ଅନୁସାରେ,   କମିଶନରେଟ ପୋଲିସ କର୍ମଚାରୀ ଙ୍କ ଧର୍ମପତ୍ନୀଙ୍କ ଏକ ବ୍ୟାଗ ହଜି ଯାଇଥିଲା । ଯେଉଁଥିରେ ରହିଥିଲା ଅନେକ ଟଙ୍କା ଓ ସୁନା ଗହଣା । ସେହି ବ୍ୟାଗ ଟିକୁ ବାଟ ରେ ଯିବା ସମୟରେ ପାଇଥିଲେ ବିଜୟା । ଓ ଫୋନ ମାଧ୍ୟମରେ ଯୋଗାଯୋଗ କରି ସେହି ବ୍ୟାଗ କୁ ଉଚିତ ବ୍ୟକ୍ତି କୁ ଫେରାଇ ଦେଇଥିଲେ  । ଯେଉଁଥିପାଇଁ ଆଜି କମିଶନରେଟ ପୋଲିସ ପକ୍ଷରୁ ତାଙ୍କୁ ସମ୍ମନିତ କରିଚନ୍ତି କଟକ ଡିସିପି ଅଖିଳେସ୍ୱର ସିଂ । 

ଡିସିପି ଙ୍କ କହିବନୁସାରେ  , ସମାଜ ରେ ଏହି ଭଳି ଵ୍ୟକ୍ତି ଙ୍କ ପରି ସମସ୍ତେ ହେବା ଉଚିତ ।କାରଣ ଏହି ସ୍ଵଭାଵ ଦ୍ୱାରା ଏକ ନୂତନ ସମାଜ ଗଠନ ସମ୍ଭବ ହୋଇପାରିବ । ଯାହାଦ୍ୱାରା ଅପରାଧ କୁ ରୋକାଯାଇ ପାରିବ ।

ବାଇଟ : ଅଖିଳେସ୍ୱର ସିଂ ( କଟକ ଡିସିପି )
ବାଇଟ:  ବିଜୟା ନନ୍ଦ ମହାନ୍ତି ( ପୁରସ୍କୃତ ବ୍ୟକ୍ତି )

Visual byte on mojo plz check 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.