ETV Bharat / briefs

ବାଂଲାଦେଶରେ ବନ୍ୟା ସ୍ଥିତି: 26 ଲକ୍ଷ ପ୍ରଭାବିତ, 21 ମୃତ

author img

By

Published : Jul 20, 2020, 4:39 PM IST

ଦେଶର ଉତ୍ତର ପୂର୍ବ ଭାଗର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଛି। ଲାଲମୋନିରହାଟ, ଗାଇବାନ୍ଧା, ନିଲଫାମାରି, ଜମାଲପୁର, ରାଜଶାହି, ଫରିଦପୁର ଓ ଫେନି ସମେତ ଦେଶର 18 ଟି ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି।

ବାଂଲାଦେଶରେ ବନ୍ୟା ସ୍ଥିତି
ବାଂଲାଦେଶରେ ବନ୍ୟା ସ୍ଥିତି

ଢାକା: ଦେଶର ଉତ୍ତର ପୂର୍ବ ଭାଗର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଛି। ଲାଲମୋନିରହାଟ, ଗାଇବାନ୍ଧା, ନିଲଫାମାରି, ଜମାଲପୁର, ରାଜଶାହି, ଫରିଦପୁର ଓ ଫେନି ସମେତ ଦେଶର 18 ଟି ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ କୁରିଗ୍ରାମ, ଶରିୟତପୁର ଓ ସୁନମଗଞ୍ଜ ଜିଲ୍ଲାର ବଡ ଅଂଶ ଜଳମଗ୍ନ ହୋଇଛି ।

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ବନ୍ୟା ଯୋଗୁଁ 26 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ 21 ଜଣଙ୍କର ମୃତ୍ୟୁ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସରକାର ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି । ଏଥିରେ 1443 ବନ୍ୟା ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି ଯେଉଁଠାରେ 61 ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି। ଏହି ଜିଲ୍ଲା ଗୁଡିକରେ ପାଖାପାଖି 600 ଅତିରିକ୍ତ ଚିକିତ୍ସା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି।

ବ୍ରହ୍ମପୁତ୍ର ଅବବାହିକାରେ ନଦୀଗୁଡିକ 17 ପଏଣ୍ଟରେ, ଗଙ୍ଗା ବେସିନରେ 4 ପଏଣ୍ଟରେ ଓ ମେଘନା ବେସିନରେ 3 ପଏଣ୍ଟରେ ବିପଦ ସ୍ତରରୁ ଅଧିକ ରହିଛି । ଦେଶର 4 ଟି ନଦୀ ଅବବାହିକାରେ 101 ଟି ପର୍ଯ୍ୟବେକ୍ଷଣ ପଏଣ୍ଟରେ ଜଳ ସ୍ତର 67 ପଏଣ୍ଟରୁ ଅଧିକ ବୃଦ୍ଧି ପାଇଛି। ସୋମବାର ଚିଲମାରି, ଢାକା, ଟାଙ୍ଗେଲ, ଦିନାଜପୁର, ରାଜଶାହୀ, ସୁନମଗଞ୍ଜ, ଭୈରବ ବଜାର ଓ ନରସିଙ୍ଗଡିରେ 100 ମିଲିମିଟରରୁ ଅଧିକ ବର୍ଷା ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.